Advertisment

ମୁଦା ଦୁର୍ନୀତି: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ୍‌

ମୁଦା ଦୁର୍ନୀତି ଘଟଣାରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଅକ୍ଟୋବର ୨୫ରେ ଜେରା କରାଯାଇଥିଲା। ସେପ୍ଟେମ୍ବର ୨୭ରେ ଲୋକାୟୁକ୍ତ ପୁଲିସ୍‌ ସିଦ୍ଦରମୈୟା, ତାଙ୍କ ପତ୍ନୀ ପାର୍ବତୀ, ସାଳକ ମଲ୍ଲିକାର୍ଜୁନ ସ୍ୱାମୀ ଓ ଦେବରାଜୁଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା।

Muda

Muda

Advertisment

ବଢ଼ିଲା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅ‍ଢ଼ୁଆ। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ(ମୁଦା) ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ପୁଲିସ୍‌ ସମନ କରିଛି। ତାଙ୍କୁ ମୁଦା ଦୁର୍ନୀତି ମାମଲାରେ ଲୋକାୟୁକ୍ତ ପକ୍ଷରୁ ଜେରା କରାଯିବ। ଏଥିପାଇଁ ତାଙ୍କୁ ନଭେମ୍ବର ୬ରେ ହାଜର ହେବାକୁ କୁହାଯାଇଛି।

Advertisment

ମୁଦା ଦୁର୍ନୀତି ଘଟଣାରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଅକ୍ଟୋବର ୨୫ରେ ଜେରା କରାଯାଇଥିଲା। ସେପ୍ଟେମ୍ବର ୨୭ରେ ଲୋକାୟୁକ୍ତ ପୁଲିସ୍‌ ସିଦ୍ଦରମୈୟା, ତାଙ୍କ ପତ୍ନୀ ପାର୍ବତୀ, ସାଳକ ମଲ୍ଲିକାର୍ଜୁନ ସ୍ୱାମୀ ଓ ଦେବରାଜୁଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା। ଦେବରାଜୁଙ୍କ ଠାରୁ ସ୍ୱାମୀ ପ୍ରଥମେ ଗୋଟିଏ ପ୍ଲଟ କିଣିଥିଲେ। ଏହାପରେ ଏହାକୁ ପାର୍ବତୀଙ୍କୁ ଉପହାର ଆକାରରେ ଦେଇଥିଲେ।

ମୁଦା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଅଧିକ ସ୍ପଷ୍ଟତା ପାଇଁ ଲୋକାୟୁକ୍ତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଜେରା କରିବାକୁ ଚାହୁଁଛି। ପୂର୍ବରୁ ସିଦ୍ଦରମୈୟା ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଥିଲେ। ସେ କିମ୍ବା ତାଙ୍କ ପରିବାର କୌଣସି ଭୁଲ କରି ନାହାନ୍ତି। ବିରୋଧୀ ତାଙ୍କୁ ଡରୁଛନ୍ତି ଓ ଏଥିପାଇଁ ରାଜନୀତିକ ମାମଲା କରିଥିବା ସେ କହିଥିଲେ।

Advertisment

ଅକ୍ଟୋବର ୨୯ରେ ମୁଦାର ପୂର୍ବତନ କମିଶନର ଡିବି ନତେଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲେ। ମହୀଶୂର ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଗୋଟିଏ ମନି ଲଣ୍ଡରିଂ ମାମଲାରେ ଏପରି ଗିରଫଦାରୀ କରାଯାଇଥିଲା।

ମୁଦା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ତାଙ୍କ ଭାଇ ମଲ୍ଲିକାର୍ଜୁନ ସ୍ୱାମୀଙ୍କ ଜରିଆରେ ୩.୨ ଏକର ଜମି ଦିଆଯାଇଥିଲା। ମୁଦା ପ୍ରଥମେ ପାର୍ବତୀଙ୍କ ଜମିକୁ ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା। ଏହାପରେ ପାର୍ବତୀ କ୍ଷତିପୂରଣ ମାଗିଥିଲେ।

ବିଏନ ପାର୍ବତୀଙ୍କୁ ବିଜୟନଗର ଫେଜ ୩ରୁ ୪ରେ ଏହି ୧୪ଟି ପ୍ଲଟ ମିଳିଥିଲା। ଏହା ମହୀଶୂର ଅଞ୍ଚଳର ସବୁଠାରୁ ଦାମୀ ଜାଗା। ସହର ନିକଟରେ ଥିବା କେସାରେ ଗାଁରେ ୩.୧୬ ଏକର ଜମି ପାର୍ବତୀଙ୍କ ନାଁରେ ରହିଥିଲା। ଏହାକୁ ମୁଦା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅଧିଗ୍ରହଣ କରିଥିଲା।

ଏହା ବଦଳରେ ତାଙ୍କୁ ବିଜୟ ନଗରରେ ୧୪ଟି ପ୍ଲଟ ଯୋଗାଇ ଦିଆଯାଥିଲା। କିନ୍ତୁ ତାଙ୍କୁ ମିଳିଥିବା ପ୍ଲଟର ଦାମ ସେ ଦେଇଥିବା ଜମି ତୁଳନାରେ ଯଥେଷ୍ଟ ଅଧିକ ବୋଲି ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଭାବେ ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଅନିୟମତତାକୁ ଯୋଗୁ ରାଜ୍ୟ ରାଜକୋଷକୁ ୪୫ କୋଟି ଟଙ୍କା କ୍ଷତି ହୋଇଥିବା କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

Karnataka Siddaramaiah MUDA Land Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe