Advertisment

ବାଜି ମାରିନେଲେ ସିଦ୍ଦରମୈୟା, ଶିବକୁମାର ହେବେ ଡେପୁଟି ସିଏମ୍‌; ୨୦ରେ ଶପଥ ସମାରୋହ

ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍‌ । ଶପଥ ଗ୍ରହଣ ସମାହୋର ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ ।

 Shivakuma & Siddaramaiah

Shivakuma & Siddaramaiah

Advertisment

ଗତ ୪ ଦିନ ଧରି ଚାଲିଥିବା କର୍ଣ୍ଣାଟକା ହାଇ ପଲଟିକାଲ ଡ୍ରାମାରେ ପଡ଼ିଛି ପୂର୍ଣ୍ଣଛେଦ । ଛିଣ୍ଡିଛି ଭାଗବଣ୍ଟା ଓ ସବୁ ସସ୍‌ପେନ୍ସରୁ ଉଠିଛି ପରଦା । ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍‌ । ଶପଥ ଗ୍ରହଣ ସମାହୋର ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Advertisment

ଏହା ଉପରେ ମୋହର ମାରିବା ନିମନ୍ତେ କର୍ଣ୍ଣାଟକା କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁରେ ଡକାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁ ନ ଥିବା ବେଳେ ନୂଆଦିଲ୍ଲୀରେ ଡେରା ପକାଇ ରହିଥିବା ଶିବକୁମାର ଓ ସିଦ୍ଦରମୈୟା ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଘନ ଘନ ବୈଠକ ବସିଥିଲା। ସନ୍ଧ୍ୟା ସୁଦ୍ଧା କୌଣସି ଆପୋଷ ସହମତିର ସୂଚନା ମିଳି ନ ଥିବା ବେଳେ ବିଳମ୍ବିତ ରାତିରେ କିନ୍ତୁ ଭାଗବଣ୍ଟା ଛିଣ୍ଡିଥିବା ଜଣାଯାଇଛି। ଏହି ବୈଠକ ପରେ ଶିବକୁମାର ପୁଣିଥରେ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପୂର୍ବରୁ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଗ୍ରହଣ କରୁ ନଥିବା ଶିବକୁମାର ପରେ ଏଥିରେ ରାଜି ହୋଇଥିବା ସୂଚନା ଜଣାଯାଇଛି।

Advertisment

ଉଭୟ ଶିବ କୁମାର ଓ ସିଦ୍ଦରମୈୟା କର୍ର୍ଣାଟକା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ବେଳେ ହାଇକମାଣ୍ଡଙ୍କ ଚିନ୍ତା ବଢ଼ି ଯାଇଥିଲା। ଏହାକୁ ନେଇ ଗତକାଲି ଉଭୟ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହଦୀର୍ଘ ସମୟ ଆଲୋଚନା କରିଥିଲେ ସିଦ୍ଦରମୈୟାଙ୍କ ସହ ମୁଖ୍ୟମନ୍ତ୍ରୀ ଆସନ ବାଣ୍ଟିବାକୁ ଶିବ କୁମାର ସହମତି ପ୍ରକାଶ କରିଥିଲେ ବି ପଥମାର୍ଦ୍ଧ ଅର୍ଥାତ ପ୍ରଥମ ଅଢ଼େଇ ବର୍ଷ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଜିଦରେ ଅଟଳ ରହିଥିଲେ। ତାଙ୍କୁ ୨.୫ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ଫର୍ମୁଲା ଦିଆଯାଇଥିଲା। ଏଥିରେ ସେ କିଛି ପରିମାଣର ରାଜି ହୋଇଥିଲେ ବି ପ୍ରଥମ ଅଢ଼େଇ ବର୍ଷର ରାଜ୍ୟର କମାଣ ସମ୍ଭାଳିବାକୁ ଚାହୁଁଥିବା ଖଡଗେଙ୍କୁ ଜଣାଇ ଦେଇଥିଲେ। ହେଲେ ବିଳମ୍ବିତ ରାତିରେ କିପରି ଡେପୁଟି ସିଏମ୍‌ ପଦରେ ସନ୍ତୁଷ୍ଟ ହେଲେ ଶିବକୁମାର ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ ।

Congress Karnataka Karnataka Polls 2023 Siddaramaiah DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe