Advertisment

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଷ୍ଟେଜରେ ଚଢ଼ି ଗଲେ ଯୁବକ, ଦେଖନ୍ତୁ ଭିଡିଓ

ଏହି ସାଂଘାତିକ ସୁରକ୍ଷା ତ୍ରୁଟିର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏଥିରେ ଦେବାକୁ ମିଳୁଛି ଯେ ଜଣେ ଯୁବକ ଷ୍ଟେଜ ଉପରେ ଚଢ଼ି ମୁଖ୍ୟମନ୍ତ୍ରୀ ବସିଥିବା ଚୌକି ଆଡ଼କୁ ଦୌଡ଼ିବାକୁ ଚେଷ୍ଟା କରୁଛନ୍ତି।

Karnataka

Karnataka

Advertisment

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ହୋଇଛି ବଡ଼ଧରଣର ତ୍ରୁଟି। ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରେ ବସିଥିବା ବେଳେ ଏହା ଉପରେ ଚଢ଼ି ଯାଇଛନ୍ତି ଜଣେ ଅଜଣା ଯୁବକ। ସେ ଷ୍ଟେଜରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଦ୍ରୁତଗତିରେ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଡେମୋକ୍ରାସୀ ଡେ’ କାର୍ଯ୍ୟକ୍ରମ ବେଳେ ଏପରି ଘଟଣା ଘଟିଛି।

Advertisment

ଏହି ସାଂଘାତିକ ସୁରକ୍ଷା ତ୍ରୁଟିର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏଥିରେ ଦେବାକୁ ମିଳୁଛି ଯେ ଜଣେ ଯୁବକ ଷ୍ଟେଜ ଉପରେ ଚଢ଼ି ମୁଖ୍ୟମନ୍ତ୍ରୀ ବସିଥିବା ଚୌକି ଆଡ଼କୁ ଦୌଡ଼ିବାକୁ ଚେଷ୍ଟା କରୁଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏହାପରେ ତାଙ୍କୁ ଭିଡ଼ିଭିଡ଼ି ଷ୍ଟେଜ ତଳକୁ ନିଆଯାଇଥିଲା।

ସୁରକ୍ଷା ବଳୟ ଭେଦ କରି ଷ୍ଟେଜ ଉପରେ ଚଢ଼ିଥିବା ଯୁବକ ଜଣଙ୍କ ହେଲେ ମହାଦେବ ନାୟକ। ସେ ସୁରକ୍ଷା ପ୍ରୋଟୋକଲ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ବାସ୍ତବରେ ମହାଦେବ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଉତ୍ତରୀୟ ଦେବାକୁ ଚାହୁଁଥିଲେ। ହେଲେ ସେ ସୁରକ୍ଷା ବଳୟକୁ ଭେଦ କରି ଏବେ ପୁଲିସ ହେପାଜତକୁ ଯାଇଛନ୍ତି। 

Advertisment

ଅନ୍ୟପକ୍ଷରେ ଏପରି ସୁରକ୍ଷା ତ୍ରୁଟି କାର୍ଯ୍ୟକ୍ରମକୁ କୌଣସି ପ୍ରକାରରେ ପ୍ରଭାବିତ କରିପାରି ନାହିଁ। କାର୍ଯ୍ୟକ୍ରମ ବେଶ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।

Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe