Advertisment

ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଜି ତାଙ୍କୁ କେନ୍ଦ୍ର ସରକାର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

Siddhartha Mohanty

Siddhartha Mohanty

Advertisment

କେନ୍ଦ୍ର ସରକାର ଆଉ ଜଣେ ଓଡ଼ିଆଙ୍କୁ ବଡ଼ ପଦବୀରେ ନିଯୁକ୍ତି ଦେଇଛନ୍ତି। ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି। ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଜି ତାଙ୍କୁ କେନ୍ଦ୍ର ସରକାର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

Advertisment

ସେ ୨୦୨୪ ଜୁନ ମାସ ଯାଏ ଏହି ପଦବୀରେ ରହିବେ। ୨୦୨୪ ଜୁନରେ ସେ ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଏଲଆଇସିର ଏମଡି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ୨୦୨୫ ଜୁନ୍‌ ମାସ ଯାଏ କାର୍ଯ୍ୟ କରିବେ। ୨୦୨୩ ମାର୍ଚ୍ଚ ୧୪ରୁ ସେ ଏଲଆଇସିର ଅନ୍ତରୀଣ ଅଧ୍ୟ ଭାବେ କାମ କରୁଥିଲେ।

୧୯୮୫ରେ ଏଲଆଇସିରେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କୁ ୨୦୨୧ ମହିହା ଫେବୃଆରୀରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ତାଙ୍କ ପାଖରେ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟର ଡିଗ୍ରୀ ମଧ୍ୟ ରହିଛି।

Advertisment

ଏଲଆଇସିରେ ଦୀର୍ଘ ୩ ଦଶନ୍ଧି ଧରି କାମ କରି ଆସୁଥିବା ଶ୍ରୀ ମହାନ୍ତି ମାର୍କେଟିଂ, ଏଚ୍‌ଆର, ଇନଭେଷ୍ଟମେଣ୍ଟ ଓ ଆଇନ କ୍ଷେତ୍ରରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି। ଭାରତ ସରକାରଙ୍କ ଏଫଏସଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିସ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାର ଗଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ ଶ୍ରୀ ମହାନ୍ତିଙ୍କ ନାଁ ଉପରେ ମୋହର ମାରିଛି।

LIC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe