Advertisment

ସିଦ୍ଧିବିନାୟକ ମନ୍ଦିର ପ୍ରସାଦରେ ମୂଷା, ତଦନ୍ତ କରିବ FSDA

ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ।

Siddhivinayak Temple Prasad

Siddhivinayak Temple Prasad

Advertisment

ତିରୁପତି ମନ୍ଦିର ପ୍ରସାଦର ଶୁଦ୍ଧତାକୁ ନେଇ ଜାରି ରହିଛି ବିବାଦ। ଏହି ମାମଲା ଶାନ୍ତ ପଡିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ସିଦ୍ଧିବିନାୟକ ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍‌ଏସ୍‌ଜିଟି)। ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି। ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ ନୁହେଁ। ଏହା ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ରଖାଯାଇଥିବା ଲଡୁର ଛିଣ୍ଡାଯାଇଥିବା ପ୍ୟାକେଟରେ ମୂଷା ଛୁଆ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସିଦ୍ଧିବିନାୟକ ଲଡୁକୁ ନେଇ ବିବାଦ ଉପୁଜିବା ପରେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ।

ଖାଦ୍ୟ ସୁରକ୍ଷା ଅଧିକାରୀ ମନ୍ଦିରକୁ ଯାଇ ଅଡିଟ୍ କରିବେ ବୋଲି ଏଫଏସ୍‌ଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ପୁଲିସ ମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓର ତଦନ୍ତ ପାଇଁ ଅନୁରୋଧ କରିବୁ ବୋଲି ମନ୍ଦିର ପ୍ରଶାସନ କହିଛି।

FSDA Rats Found On Prasad Siddhivinayak Temple Mumbai Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe