Advertisment

‘ପଞ୍ଜାବ ସରକାର ଆମ ଖୁସି ସହି ପାରୁ ନାହାନ୍ତି’

‘କୋଳରେ ପୁତ୍ର ସନ୍ତାନ ପାଇ ଆମେ ପୁତ୍ର ହରାଇବାର ଦୁଃଖ ଭୁଲିବାକୁ ଚାହୁଁଛୁ। କିନ୍ତୁ ପଞ୍ଜାବ ସରକାର ଆମ ଖୁସି ସହି ପାରୁ ନାହାନ୍ତି।’

sidhu-moose-wala-father & sidhu-moose-wala

sidhu-moose-wala-father & sidhu-moose-wala

Advertisment

‘କୋଳରେ ପୁତ୍ର ସନ୍ତାନ ପାଇ ଆମେ ପୁତ୍ର ହରାଇବାର ଦୁଃଖ ଭୁଲିବାକୁ ଚାହୁଁଛୁ। କିନ୍ତୁ ପଞ୍ଜାବ ସରକାର ଆମ ଖୁସି ସହି ପାରୁ ନାହାନ୍ତି।’ କ୍ଷୋଭ ଭରା କଣ୍ଠରେ ସୋଶାଲ ମିଡିଆରେ ଏପରି ପୋଷ୍ଟ କରିଛନ୍ତି ସିଦ୍ଧୁ ମୁସେୱାଲା ଙ୍କ ବାପା ବାଲ କୌର ସିଂହ ।

Advertisment

ମୁସେୱାଲଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବାଲ କୌର ସିଂହ ଏବଂ ଚରଣ କୌର ସିଂହ। ବାଲକୌର ଏନେଇ ସୋଶାଲ ମିଡିଆରେ ସୂଚନା ଦେବା ପରେ ପଞ୍ଜାବ ସରକାର ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।

ନିଜ ସୋଶାଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ଆମେ ପୁଣି ଥରେ ଆମ ପୁଅକୁ ଫେରି ପାଇଛୁ । କିନ୍ତୁ ଦ୍ୱିତୀୟ ସନ୍ତାନର ଜନ୍ମ ପରଠୁ ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ଆମକୁ ହଇରାଣ କରିବାକୁ ଆଗଭର ହୋଇଛି। ଏହି ଛୁଆ ବୈଧ ଅଟେ ବୋଲି ପ୍ରମାଣିତ କରିବାକୁ ସେମାନେ ମୋ’ ଉପରେ ଚାପ ପକାଉଛନ୍ତି। ଏଥିସହ ଛୁଆ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି।

Advertisment

ବାଲ କୌର ସିଂହ ଓ ଚରଣ କୌର ସିଂହଙ୍କ ଦ୍ୱିତୀୟ ସନ୍ତାନ IBF ଜରିଆରେ ହୋଇଥିବା ଜଣାଯାଇଛି। କିନ୍ତୁ ଏନେଇ ବାଲ କୌର ସିଂହ ଏଯାଏ ମୁହଁ ଖୋଲି ନାହାନ୍ତି।

ତିନି ବର୍ଷ ପୂର୍ବେ ସରକାର ସହାୟକ ପ୍ରଜନନ ଅଧିନିୟମ ଲାଗୁ କରିଥିଲେ। ଏହି ନିୟମ ଅନୁଯାୟୀ, IBF ଜରିଆରେ ମାତାପିତା ହେବା ନିମନ୍ତେ ସରକାର ବୟସ ସୀମା ଧାର୍ଯ୍ୟ କରିଛନ୍ତି। ଏହି ନିୟମ ଅନୁଯାୟୀ, ମହିଳାଙ୍କ ବୟସ ୨୧ରୁ ୫୦ ବର୍ଷ ମଧ୍ୟରେ ଓ ପୁରୁଷଙ୍କ ବୟସ ୨୧ରୁ ୫୫ ମଧ୍ୟରେ ହେବା ଆବଶ୍ୟକ । କିନ୍ତୁ ସିଦ୍ଧୁଙ୍କ ମାତାଙ୍କ ବୟସ ୫୮ ବର୍ଷ ବୋଲି ସୋଶାଲ ମିଡିଆରେ ଖବର ପ୍ରଚାରିତ ହେଉଛି।

ବାଲ କୌର ସିଂହ କହିଛନ୍ତି, ମୁଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ହସ୍ପିଟାଲର ସମସ୍ତ ଔପଚାରିକତାକୁ ଶେଷ କରିବାକୁ ମୋତେ ସମୟ ଦିଅନ୍ତୁ। ମୁଁ ଏଠିକାର ବାସିନ୍ଦା, ଯେତେବେଳେ ଡାକିବେ ସେତେବେଳେ ହାଜିର ହେବି। ଏଥିସହ କହି ରଖିବାକୁ ଚାହୁଁଛି ଆମେ ସବୁ ନିୟମର ପାଳନ କରିଛୁ ଓ ଖୁବ୍‌ ଶୀଘ୍ର ଏନେଇ ସବୁ ଦସ୍ତାବିଜ ଦାଖଲ କରିବି।

Punjab Punjab University Sidhu Moose Wala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe