Advertisment

କାଲି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ

କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ଆସନ୍ତାକାଲି ସେ ଖଲାସ ହେବାକୁ ଯାଉଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏପରି ଟ୍ୱିଟ କରାଯାଇଛି।

Navjot Sidhu

Navjot Sidhu

Advertisment

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକୁଳିବେ। ରୋଡ୍‌ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ଆସନ୍ତାକାଲି ସେ ଖଲାସ ହେବାକୁ ଯାଉଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏପରି ଟ୍ୱିଟ କରାଯାଇଛି। ସେହିପରି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି।

Advertisment

ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ “ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲ ଜେଲରୁ ମୁକୁଳିବେ। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।”

ତାଙ୍କ ଓକିଲ ବର୍ମା କହିଛନ୍ତି, ପଞ୍ଜାବ ଜେଲ ନିୟମରେ ଭଲ ବ୍ୟବହାର କରୁଥିବା କଏଦୀଙ୍କୁ ସାଧାରଣ କ୍ଷମା ମିଳିବାର ପ୍ରାବଧାନ ରହିଛି। ଏହି ଆଧାରରରେ ସିଦ୍ଧୁ ଶନିବାର ଦିନ ଜେଲରୁ ମୁକୁଳିବେ।

Advertisment

ଗତବର୍ଷ ମେ’ ମାସରେ ସୁପ୍ରିମକୋର୍ଟ ୫୯ ବର୍ଷୀୟ ସିଦ୍ଧୁଙ୍କୁ ଗୋଟିଏ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୩୪ ବର୍ଷ ପୁରୁଣା ରୋଡ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଦଣ୍ଡ ବିଧାନ କରିଥିଲେ।

୧୯୮୮ ମସିହା ଡିସେମ୍ବର ୨୭ରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ମିଳିତ ଭାବେ ୬୫ ବର୍ଷୀୟ ଗୁରନାମ ସିଂହଙ୍କୁ ସଡ଼କ ଦୁର୍ଘଟଣାକୁ ନେଇ ମାଡ଼ ମାରିଥିଲେ। ଏଥିରେ ଗୁରନାମଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ହଜାର ଟଙ୍କା ଫାଇନ କରି ଦୋଷମୁକ୍ତ କରି ଦେଇଥିଲେ। ତେବେ ଗୁରନାମଙ୍କ ପରିବାର ଲୋକ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ମାମଲାର ପୁଣି ବିଚାର କରାଯାଇଥିଲେ। ଶେଷରେ ସିଦ୍ଧୁଙ୍କୁ ବର୍ଷକର ଜେଲଦଣ୍ଡ ମିଳିଥିଲା।

Congress Navjot Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe