Advertisment

ଖଲିସ୍ତାନୀ ନେତା ଅମ୍ରିତପାଲକୁ ଖୋଜୁଛି ପୁଲିସ୍‌: ଧମକ ଦେଲା ଶିଖ ସଂଗଠନ

ଏହାକୁ ନେଇ ପୂରା ପଞ୍ଜାବରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଶିଖ ସଂଗଠନ ପୁଲିସ୍‌କୁ ଖୋଲା ଧମକ ଦେଇଛି।

ଅଦ୍ୟତନ ହୋଇଛି
undefined

Amritpal Singh

Advertisment

ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପୁଲିସ୍‌ ଧରିବା ପାଇଁ ପୂରା ରାଜ୍ୟରେ ଧରପଗଡ଼ କରୁଛି। ଶନିବାର ଜଲନ୍ଧରରେ ପୁଲିସକୁ ଚକମା ଦେଇ ଅମ୍ରିତପାଲ ଖସି ଯାଇଥିଲେ ହେଁ ତା’ର ଅନେକ ସହଯୋଗୀ ଧରାପଡ଼ିଛନ୍ତି। ଅମ୍ରିତପାଲର ବଡିଗାର୍ଡ ଠାରୁ ଆରମ୍ଭ କରି ଆକାଉଣ୍ଟାଣ୍ଟଙ୍କ ଯାଏ ସମସ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

Advertisment

ହେଲେ ଏଯାଏ ଅମ୍ରିତପାଲ ଧରାପଡ଼ିନି। ଏହାକୁ ନେଇ ପୂରା ପଞ୍ଜାବରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଶିଖ ସଂଗଠନ ପୁଲିସ୍‌କୁ ଖୋଲା ଧମକ ଦେଇଛି। ଅକଲ ତାକତ ଜାତେଦର ଗିଆନି ହରପ୍ରୀତ ସିଂହ ପଞ୍ଜାବରେ ଆତଙ୍କର ପରିବେଶ ସୃଷ୍ଟି ନ କରିବାକୁ ସରକାରଙ୍କୁ କହିଛନ୍ତି। ଅକଲ ତାକତ ହେଉଛି ଶିଖ ସଂପ୍ରଦାୟର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଓ ଜାତେଦର ହେଉଛନ୍ତି ନିଯୁକ୍ତି ପାଉଥିବା ମୁଖ୍ୟ।

ସଂଗଠନର ମୁଖ୍ୟ କହିଛନ୍ତି, “ପଞ୍ଜାବ ଅନେକ କିଛି ସହିଛି। ଏବେ ଉତ୍ତମ ଭବିଷ୍ୟତ ପାଇଁ ଆଗକୁ ବଢ଼ିବାର ସମୟ। ପଞ୍ଜାବ ପୂର୍ବରୁ ଅନେକ ଗଭୀର କ୍ଷତଚିହ୍ନ ସହ୍ୟ କରିଛି। ହେଲେ କୌଣସି ସରକାର ଏଥିରେ ମଲମ ଲଗାଇବାକୁ କେବେ ହେଲେ ପଦକ୍ଷେପ ନେଇ ନାହାନ୍ତି।”

Advertisment

ତାଙ୍କ ମତରେ ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଶିଖ ଯୁବକମାନେ ବାସ୍ତବତାରୁ ଦୂରେଇ ରହିଛନ୍ତି। କିଛି ଲୋକ ଯୁବଗୋଷ୍ଠୀଙ୍କର ଧ୍ୟାନଭ୍ରଷ୍ଟ କରୁଛନ୍ତି ଓ ସେମାନଙ୍କୁ ନିଜର ରାଜନୀତିକ ଫାଇଦା ହାସଲ ପାଇଁ ବ୍ୟବହାର କରୁଛନ୍ତି।

ହରପ୍ରୀତ ସିଂହ କହିଛନ୍ତି, “ଭୁଲରୁ ଶିଖିବା ଉଚିତ। ଶିଖମାନଙ୍କର ଧାର୍ମିକ, ରାଜନୀତିକ ଓ ଅର୍ଥନୀତିକ ପ୍ରସଙ୍ଗକୁ ସମାଧାନ କରିବା ଦରକାର। ଏଥିସହ ଶିଖମାନଙ୍କୁ ନେଇ ରହିଥିବା ଚିନ୍ତା ଧାରାକୁ ମଧ୍ୟ ବଦଳା ଯାଉ। ଭାରତର ସ୍ୱାଧୀନତା ସବୁଠାରୁ ଅଧିକ ବଳିଦାନ ଦେଇଥିବା ଶିଖମାନଙ୍କ ପ୍ରତି ରହିଥିବା ଆଭିମୁଖ୍ୟ ଯୋଗୁ ବିଭେଦତା ସୃଷ୍ଟି ହେଉଛି। ତେଣୁ ଏହାକୁ ଅଧିକ ତୀବ୍ର କରିବାକୁ ପୁଲିସ୍‌ କିମ୍ବା ସରକାର ଚେଷ୍ଟା କରନ୍ତୁ ନାହିଁ। ଭୁଲରୁ ଶିଖ ଏହାକୁ ତୁରନ୍ତ ସୁଧାରିବାକୁ ଚେଷ୍ଟା କରନ୍ତୁ। ନଚେତ ସ୍ଥିତି ଭୟଙ୍କର ରୂପ ଧାରଣ କରିବ।”

କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଏପରି ବୟାନ ସାମ୍ନାକୁ ଆସିଛି। ଅମ୍ରିତପାଲ ସିଂହ ଏବେ ବି ଫେରାର ଥିଲେ ହେଁ ପୁଲିସ୍‌ ତା’ର ୭୮ ଜଣ ସମର୍ଥକଙ୍କୁ ଗିରଫ କରିଛି। ସେହିପରି ତା’ର ୪ ଜଣ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ୍‌ ଆସାମର ଦିବ୍ରୁଗଡ଼କୁ ଆଣି ଅଧିକ ତଦନ୍ତ କରୁଛି।

ଅନ୍ୟପକ୍ଷରେ ଅମ୍ରିତପାଲର ଲିଙ୍କ ପାକିସ୍ତାନ ଓ ଆଇଏସଆଇ ସହ ରହିଥିବା କୁହାଯାଉଛି। ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ମଧ୍ୟ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe