Advertisment

ଖଲିସ୍ତାନ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ତାତିଲା ଶିଖ ସଂପ୍ରଦାୟ

ଖଲିସ୍ତାନୀ ନେତା ଅମ୍ରିତପାଲ ଓ ତା’ର ସହଯୋଗୀଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏହା ପ୍ରତିବାଦରେ ଆଜି ଲଣ୍ଡନରେ ଥିବା ଭାରତୀୟ କମିଶନରେ ତା’ର ସମର୍ଥକମାନେ ଆତଙ୍କରାଜ ସୃଷ୍ଟି କରିଥିଲେ।

Sikh

Sikh

Advertisment

ଖଲିସ୍ତାନ ସମର୍ଥକ ଲଣ୍ଡନରେ ଥିବା ଭାରତୀୟ କମିଶନର କାର୍ଯ୍ୟାଳୟରେ କରିଥିବା ଗୁଣ୍ଡାଗର୍ଦ୍ଦିର ଜବାବ ଦେଇଛନ୍ତି ଭାରତରେ ରହୁଥିବା ଶିଖ ସଂପ୍ରଦାୟ। ଖଲିସ୍ତାନୀ ନେତା ଅମ୍ରିତପାଲ ଓ ତା’ର ସହଯୋଗୀଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏହା ପ୍ରତିବାଦରେ ଆଜି ଲଣ୍ଡନରେ ଥିବା ଭାରତୀୟ କମିଶନରେ ତା’ର ସମର୍ଥକମାନେ ଆତଙ୍କରାଜ ସୃଷ୍ଟି କରିଥିଲେ।

Advertisment

ସେମାନେ ହାଇକମିଶନର କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗାକୁ କାଢ଼ିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏଥିସହ କାର୍ଯ୍ୟାଳକୁ ପଥର ମାଡ଼ କରିଥିଲେ। ଅମ୍ରିଲପାଲକୁ ଖୋଲା ସମର୍ଥନ କରି ସେମାନେ ଏପରି ପଦକ୍ଷେପ ନେଇଥିଲେ। ଭାରତ ସରକାର ଏହାକୁ ବିରୋଧ କରୁଥିବା ବେଳେ ଏବେ ଶିଖ ସଂପ୍ରଦାୟର ଲୋକମାନେ ଖଲିସ୍ତାନୀ ସମର୍ଥକଙ୍କୁ ଉଚିତ ଜବାବ ଦେଇଛନ୍ତି।

ନୂଆଦିଲ୍ଲୀରେ ଥିବା ବ୍ରିଟେନ ହାଇକମିଶନ ଆଗରେ ଆଜି ଶତାଧିକ ଶିଖ ସଂପ୍ରଦାୟର ଲୋକ ଏକାଠି ହୋଇ ଖଲିସ୍ତାନୀ ସପକ୍ଷବାଦୀଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଲଣ୍ଡନରେ ହୋଇଥିବା ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି। ଭାରତକୁ ଭାଙ୍ଗିବା ପାଇଁ ଖଲିସ୍ତାନ ସମର୍ଥକ ଚେଷ୍ଟା କରୁଥିବା ସେମାନେ କହିଛନ୍ତି।

Advertisment

ଶିଖ ସଂପ୍ରଦାୟର ଏପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ୟୁକେ ମିଶନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଶିଖ ସଂପ୍ରଦାୟଙ୍କ ଆନ୍ଦୋଳନରେ ସାମିଲ ଥିବା ବିଜେପି ନେତା ମନଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି, “ମୁଁ ଅନ୍ତର୍ଜାତୀୟ ସ୍ତରର ସବୁ ଶିଖ ସଂଗଠନକୁ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ ଛିଡ଼ା ହେବାକୁ ଆହ୍ୱାନ ଦେଉଛି।

ସେମାନେ ଭାରତ ବିରୋଧୀ କାର୍ଯ୍ୟକ୍ରମକୁ ବିରୋଧ କରନ୍ତୁ। ଖଲିସ୍ତାନୀ ମନେ ରଖିବା ଦରକାର ଯେ ଶିଖମାନେ ଭାରତକୁ ଭଲ ପାଆନ୍ତି। ଲଣ୍ଡନରେ ଭାରତର ପତାକାକୁ ଅସମ୍ମାନ କରିଥିବା ଲୋକଙ୍କ ବିରୋଧରେ ବ୍ରିଟିଶ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

ଅନ୍ୟପକ୍ଷରେ ଖଲିସ୍ତାନୀ ନେତା ଅମ୍ରିତପାଲକୁ ଏଯାଏ ପୁଲିସ୍‌ ଧରିବାକୁ ସକ୍ଷମ ହୋଇନାହିଁ। ପଞ୍ଜାବ ଠାରୁ ହରିଆଣା ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଜଲନ୍ଧରରୁ ଖସି ଯାଇଥିବା ଅମ୍ରିତପାଲର କୌଣସି ସୂଚନା ମିଳିନି। ତେବେ ତା’ର ସମର୍ଥକ ଓ ସମ୍ପର୍କୀୟଙ୍କୁ ମିଶାଇ ପୁଲିସ୍‌ ଏଯାଏ ୧୭୮ ଜଣଙ୍କୁ ଗିରଫ କରି ସାରିଲାଣି।

Delhi Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe