Advertisment

NCERTର ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ଥିବା ଦାବି କଲା ଶିଖ୍‌ ସଂଗଠନ

ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କୁ ସୁହାଇଲା ଭଳି ପରିବର୍ତ୍ତନ କରାଯାଇଛି। ସଂଖ୍ୟାଲଘୁଙ୍କ ବିଷୟରେ ଥିବା ତଥ୍ୟକୁ ହଟାଇ ଦିଆଯାଇଛି ଓ ଏକପାଖିଆ ସିଲାବସ ପ୍ରସ୍ତୁତ କରାଯାଇଛି। ଏହାର ଅର୍ଥ ଆନନ୍ଦପୁର ସାହିବ ସଂକଳ୍ପକୁ ବହିରେ ଭୁଲ ଭାବେ ଉପସ୍ଥାପନ କରାଯାଇଛି।

Sikh

Sikh

Advertisment

ନ୍ୟାଶନାଲ କାଉନସିଲ ଅଫ ଏଡୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି)ର ପାଠ୍ୟପୁସ୍ତକକୁ ଶିଖ ସଂଗଠନର ବିରୋଧ। ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏନସିଇଆରଟି ପ୍ରସ୍ତୁତ କରିଥିବା ବହିରେ ଶିଖ ଇତିହାସ ସମ୍ପର୍କରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC) କହିଛି। ରାଜନୀତିକ ବିଜ୍ଞାନର ସିଲାବସ୍‌ରେ ଏପରି ତ୍ରୁଟି ରହିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

Advertisment

ଏସଜିପିସିର ମୁଖ୍ୟ ହରଜିନ୍ଦର ସିଂହ ଧାମି ଗୋଟିଏ ବିବୃତିରେ କହିଛନ୍ତି, ‘ସ୍ୱାଧୀନତା ପରଠାରୁ ଭାରତରେ ରାଜନୀତି’ ବହିର ଅଧ୍ୟାୟ-୮ରେ ଏନସିଇଆରଟି ‘ଆନନ୍ଦପୁର ସାହିବ' ସଂକଳ୍ପ ବିଷୟରେ ବିଭ୍ରାନ୍ତିକର ସୂଚନା ଦେଇଛି। ଏପରି ତଥ୍ୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି। ଦ୍ୱାଦଶ ଶ୍ରେଣୀର ସିଲାବସରେ ସାଂପ୍ରଦାୟିକ ଆଭିମୁଖ୍ୟକୁ ସ୍ଥାନ ଦିଆଯାଇଥିବା ବେଳେ କିଛି ପୁରୁଣା ତଥ୍ୟକୁ ହଟାଇ ଦିଆଯାଇଛି। ଏଥିସହ କିଛି ନୂଆ ତଥ୍ୟକୁ ଏଥିରେ ଯୋଡ଼ା ଯାଇଛି।

ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କୁ ସୁହାଇଲା ଭଳି ପରିବର୍ତ୍ତନ କରାଯାଇଛି। ସଂଖ୍ୟାଲଘୁଙ୍କ ବିଷୟରେ ଥିବା ତଥ୍ୟକୁ ହଟାଇ ଦିଆଯାଇଛି ଓ ଏକପାଖିଆ ସିଲାବସ ପ୍ରସ୍ତୁତ କରାଯାଇଛି। ଏହାର ଅର୍ଥ ଆନନ୍ଦପୁର ସାହିବ ସଂକଳ୍ପକୁ ବହିରେ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଆନନ୍ଦପୁର ସାହିବ ସଂକଳ୍ପ ହେଉଛି ଗୋଟିଏ ଐତିହାସିକ ଦଲିଲ। ଏଥିରେ କୌଣସି ଭୁଲ୍ ନାହିଁ ବୋଲି ସେ କହିଛନ୍ତି।

Advertisment

୧୯୭୩ ମସିହା ଆନନ୍ଦପୁର ସାହିବ ସଂକଳ୍ପ ସମ୍ପର୍କରେ ସେ କହିଛନ୍ତି ଯେ ସଂକଳ୍ପରେ ରାଜ୍ୟଗୁଡ଼ିକର ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାର ତଥ୍ୟ ରହିଥିଲା। ଶିଖମାନଙ୍କୁ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରିବା ଆଦୌ ଠିକ ନୁହେଁ। ତେଣୁ ଏନସିଇଆରଟି ତୁରନ୍ତ ଅତ୍ୟନ୍ତ ଆପତ୍ତିଜନକ ବିଷୟବସ୍ତକୁ ହଟାଉ ବୋଲି ସେ ଦାବି କରିଛନ୍ନତି।

NCERT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe