Advertisment

SKMର କ୍ଲିନ୍‌ ସ୍ୱିପ୍‌, ସିକ୍କିମ୍‌ରେ ପୁଣି ପ୍ରେମ୍‌ ସରକାର

ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍‌।

ଅଦ୍ୟତନ ହୋଇଛି
SKM Win

SKM Win

Advertisment

ସିକ୍କିମ୍‌ ଉପରେ କବ୍‌ଜ କଲା ଏସ୍‌କେଏମ୍‌। ଚମତ୍କାର ବିଜୟ ହାସଲ କରିଛି ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା। ଏଠାରେ ଦଳ କ୍ଲିନ୍‌ ସ୍ୱିପ୍‌ କରିଛି। ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍‌।

Advertisment

ପୁଣି ଥରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଇଛି ପ୍ରେମ ସିଂହ ତୋମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ସମସ୍ତଙ୍କୁ ପଛରେ ପକାଇ ତାଙ୍କ ଦଳ ବାଜିମାତ କରିଛି। ମ୍ୟାଜିକ୍ ନମ୍ବର ଠାରୁ ଢ଼େର ଆଗରେ ରହି ସମସ୍ତଙ୍କୁ ଦଳ ଚକିତ କରିଦେଇଛି।

ସେହିପରି ଏସ୍‌ଡିଏଫ୍ ଗୋଟିଏ ଆସନରେ ଜିତିଛି। ସେପଟେ ବିଜେପି, କଂଗ୍ରେସ ଓ ସିଟିଜନ ଆକ୍ସନା ପାର୍ଟି-ସିକ୍କିମ ଚଳିତ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତା ହୋଇଛି। ଏଠାରେ ଏହି ତିନି ଦଳ ଖାତା ଖୋଲି ପାରି ନାହାନ୍ତି।

Advertisment

ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସ୍‌କେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ବଡ ବ୍ୟବଧାନରେ ଜିତିଛନ୍ତି। ସେ ଆଜି ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ। ପ୍ରେମ ସିଂହ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

୨୦୧୯ ନିର୍ବାଚନରେ ମଧ୍ୟ ଏସ୍‌କେଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରି ୧୭ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଏସ୍‌ଡିଏମ୍‌ ୧୫ଟି ଆସନ ଦଖଲ କରିଥିଲା। 

Sikkim Election 2024 Result SKM Win
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe