Advertisment

ସିକ୍କିମ୍‌ରେ ପୁଣି ଏସ୍‌କେଏମ୍‌ ସରକାର! କ୍ଲିନ୍‌ ସ୍ୱିପ୍‌ କରିବ ଦଳ

ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି।

sikkim-cm-prem-singh-tamang

sikkim-cm-prem-singh-tamang

Advertisment

ସିକ୍କିମ୍‌ରେ କ୍ଲିନ୍‌ ସ୍ୱିପ୍‌ କରିବ ଏସ୍‌କେଏମ୍‌। ଏଠାରେ ମ୍ୟାଜିକ୍ ନମ୍ବର ପାର୍‌ କରିବା ଦିଗରେ ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା। ୩୧ଟି ବିଧାନସଭା ଆସନରୁ ୧୩ଟି ଉପରେ କବ୍‌ଜା କରିଛି ଦଳ। ଆଉ ବଳକା ୧୮ଟି ଆସନରେ ମଧ୍ୟ ଏସ୍‌କେଏମ୍‌ ଆଗୁଆ ରହିଛି। ଏସ୍‌କେଏମ୍‌ ଏଠାରେ ଏକ ତରଫ ବିଜୟୀ ଆଡଗୁ ଗତି କରୁଛି।

Advertisment

ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସ୍‌କେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଆଜି ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ। ପ୍ରେମ ସିଂହ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କହିରଖୁ ଯେ, ଲୋକସଭାରେ ଏସ୍‌କେଏମ୍‌ ଏନ୍‌ଡିଏ ସହ ମେଣ୍ଟ କରିଛି। କିନ୍ତୁ ବିଧାନସଭାରେ ସେ ଏକା ଲଢ଼ୁଛି। ୨୦୧୯ରେ ପ୍ରେମ ସିଂହ ତୋମାଙ୍ଗ ନେତୃତ୍ୱାଧୀନ ଏସ୍‌କେଏମ୍‌ ୧୭ଟି ସିଟ୍‌ରେ ବିଜୟୀ ହୋଇଥିଲା। ଏସ୍‌ଡିଏଫ୍‌ ୧୫ଟି ହାସଲ କରିଥିଲା। ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଲାଗି ସରକାର ଗଢ଼ିଥିଲା ଏସ୍‌କେଏମ୍‌। 

Advertisment
Sikkim Election 2024 Result SKM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe