Advertisment

ସିକ୍କିମ ବନ୍ୟା ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି, ଏବେବି ଶତାଧିକଙ୍କ ପତ୍ତା ମିଳୁନି

ଭାସି ଯାଇଥିବା ଲୋକଙ୍କ ସନ୍ଧାନ ପାଇଁ ସିକ୍କିମ୍ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗର ତୀସ୍ତା ଅବବାହିକାରେ ଖୋଜାଖୋଜି କରୁଛନ୍ତି ସୁରକ୍ଷାବାହିନୀ।

ଅଦ୍ୟତନ ହୋଇଛି
Picture Of The Incident

Picture Of The Incident

Advertisment

ସିକ୍କିମରେ ଅଚାନକ ମାଡି ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି ପାଇଛି। 26 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ 30 ଜଣଙ୍କ ମୃତଦେହ ପଶ୍ଚିମବଙ୍ଗର ତୀସ୍ତା ନଦୀ ଅବବାହିକାରେ ଲାଗିଛି। 

Advertisment

ପ୍ରଳୟଙ୍କାରୀ ଏହି ବନ୍ୟାରେ ଭାସି ଯାଇଥିବା 142 ଜଣ ଲୋକଙ୍କ ସନ୍ଧାନ ପାଇଁ ସିକ୍କିମ୍ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗର ତୀସ୍ତା ଅବବାହିକାରେ ଖୋଜାଖୋଜି କରୁଛନ୍ତି ସୁରକ୍ଷାବାହିନୀ। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସିକ୍କିମରେ 26 ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। 

ଏଥିରେ ମାଙ୍ଗାନ ଜିଲ୍ଲାର 4ଟି, ଗାଙ୍ଗଟୋକର 6 ଜଣ ଏବଂ ପାକିଙ୍ଗ ଜିଲ୍ଲାର 7 ଜଣ ଭାରତୀୟ ସେନା କର୍ମଚାରୀଙ୍କ ସମେତ 16ଟି ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ କହିବାନୁସାରେ, ସେମାନେ ତୀସ୍ତା ନଦୀର ଅବବାହିକାରେ ଥିବା ସିଲିଗୁରି, ଜାଲପାଇଗୁରି ଏବଂ କୋଚ ବେହରା ଜିଲ୍ଲାରୁ 30 ଟି ମୃତଦେହ ଉଦ୍ଧାର କରିଛନ୍ତି।

Advertisment

ଅକ୍ଟୋବର 4ରେ ସିକ୍କିମରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଥିଲା। ହଠାତ୍ ବାଦଲ ଫଟା ବର୍ଷା କାରଣରୁ ସ୍ଥଳଭାଗକୁ ମାଡି ଆସିଥିଲା ବନ୍ୟା ପାଣି। ପାହାନ୍ତି ସମୟରେ ଲୋକେ ଜାଗ୍ରତ ହେବା ପୂର୍ବରୁ ବନ୍ୟା ସ୍ରୋତରେ ଭାସି ଯାଇଥିଲେ। ଏଥିରେ ଏହା 25,000 ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହୋଇଛନ୍ତି।

ବିଭିନ୍ନ ଅଞ୍ଚଳରୁ 2,413 ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ରାଜ୍ୟରେ ଥିବା 22ଟି ରିଲିଫ୍ କ୍ୟାମ୍ପରେ 6,875 ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣ କରିଥିବା ବେଳେ କ୍ୟାମ୍ପରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ 2,000 ଟଙ୍କା ରିଲିଫ ଘୋଷଣା କରିଛନ୍ତି।

ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF)ର କେନ୍ଦ୍ରୀୟ ଅଂଶରୁ 44.8 କୋଟି ଟଙ୍କା ଅନୁମୋଦନ କରିଛନ୍ତି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଦଳ(IMCT) ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ବୋଲି ଜଣାପଡିଛି।

ଅନେକ ପର୍ଯ୍ୟଟକ ଏବେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଫସି ରହିଛନ୍ତି। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ 3000 ପର୍ଯ୍ୟଟକ ଉତ୍ତର ସିକ୍କିମରେ ଅଟକି ରହିଛନ୍ତି ଏବଂ ପ୍ରତିକୂଳ ପାଗ କାରଣରୁ ହେଲିକପ୍ଟର ପଠାଇବାରେ ଅସମର୍ଥ ଥିବାରୁ ବାୟୁସେନା ଦ୍ୱାରା ଏକାଧିକ ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Sikkim Flash Floods Sikkim Floods Floods In Sikkim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe