Advertisment

ନିରବଦ୍ରଷ୍ଟା ସାଜିଛ; ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ବାୟୁ ଗୁଣାବତ୍ତା ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପରିଚାଳନା କମିଟି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି, କିନ୍ତୁ ଉତ୍ତର ରାଜ୍ୟଗୁଡିକରେ ନଡ଼ା ଜାଳିବା ଉପରେ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା କହି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। 

Advertisment

ଶୀତଋତୁ ପାଖେଇ ଆସୁ ଥିବାବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁର ମାନ ହ୍ରାସ ପାଉଛି। ଏପରି ସ୍ଥିତିରେ ଆଜି ଏ ଉପରେ ଏକ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ CAQMକୁ ଅନେକଗୁଡିଏ ପ୍ରଶ୍ନ କରିଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତାର ମାନ ବଜାୟ ରଖିବା ପାଇଁ ପ୍ୟାନେଲ କଣ କରିଛି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, "ପ୍ରତିବର୍ଷ ଆମେ ନଡ଼ା ଜଳା ଯାଉଥିବା ଦେଖୁଛୁ। CAQM ନିୟମ ଅନୁପାଳନ ହେଉନାହିଁ। କମିଟି ଗଠନ କରାଯାଇଛି କି? ଯଦି କୌଣସି ଗୋଟିଏ ବି ପଦକ୍ଷେପ ନିଆଯାଇଛି, ଦୟାକରି ଆମକୁ କୁହନ୍ତୁ। CAQM ଅଧିନିୟମ ଅନୁସାରେ ଆପଣ କେଉଁ ପନ୍ଥା ଆପଣାଇଛନ୍ତି?" ବାସ୍ତବରେ ଆପଣ ନିରବ ଦ୍ରଷ୍ଟା ସାଜିଛନ୍ତି, କିଛି ବି କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Advertisment

ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ପରେ ବାୟୁ ଗୁଣବତ୍ତା ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ, ତିନୋଟି ସବ୍-କମିଟି ପ୍ରତି ତିନି ମାସରେ ଗୋଟିଏ ବୈଠକ କରୁଛନ୍ତି। ଏହାର ଜବାବରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, କମିଟି କିପରି ତିନି ମାସରେ ଗୋଟିଏ ବୈଠକ କରି ଦାୟିତ୍ୱର ପରିଚାଳନା କରୁଛି ଶୁଣି ଆମେ ଆଶ୍ଚର୍ଯ୍ୟ ହେଉଛୁ। 

ଖଣ୍ଡପୀଠ ଆହୁରି କହିଛନ୍ତି, "ତୃଣମୂଳ ସ୍ତରରେ ନଡ଼ା ଜାଳିବାକୁ ବନ୍ଦ କରିବା ପାଇଁ ବିକଳ୍ପ ରାସ୍ତା ବାହାର କରିବା ଆବଶ୍ୟକ। ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଥିପାଇଁ CAQM ପାଖରେ ବିପୁଳ କ୍ଷମତା ଅଛି, କିନ୍ତୁ ସଂସ୍ଥା ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ।" 

ତିନି ମାସରେ କେଉଁ ସବୁ ବୈଠକ ବସିଛି ଏବଂ ବୈଠକରେ ସବୁ କି କି ନିଷ୍ପତ୍ତି ନିଆଯାଉଛି ତାର ରେକର୍ଡ ରଖିବାକୁ CAQMକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ପ୍ରଦୂଷଣ ହ୍ରାସ କରିବା ପାଇଁ ଆୟୋଗ ଯଥେଷ୍ଟ ଉଦ୍ୟମ କରିବା ଆବଶ୍ୟକ ଏବଂ ନିର୍ଦ୍ଦେଶନାମାକୁ ଅନୁପାଳନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

CAQM Delhi Pollution Air Quality Panel Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe