ମହଙ୍ଗା ହେଉଛି ସୁନା ଓ ରୁପା
ବାହାଘର ଋତୁ ଚାଲିଥିବା ବେଳେ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନାର ଦାମ। ଗୁରୁବାର ମାର୍କେଟ ଖୋଲିବା କ୍ଷଣି ସୁନାର ଦାମ ହାଇଜମ୍ପ ମାରିଛି। ୨୪ କ୍ୟାରେଟ ସୁନା ଏକଥରରେ ୧୧ ହଜାର ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନାର ଦାମ ମଧ୍ୟ ୧୦ ହଜାର ୮୦୦ ଟଙ୍କା ମହଙ୍ଗା ହୋଇଛି। ରୁପାର ଦାମ ବି ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ରୁପାର ଦାମ ସବୁ ପୁରୁଣା ରେକର୍ଡ ଭାଙ୍ଗି କେଜି ପିଛା ୪ ଲକ୍ଷ ଟଙ୍କା ଅତିକ୍ରମ କରିଛି।
ଗୁଡ ରିଟର୍ଣ୍ଣସର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୧୧୭୭ ଟଙ୍କା ମହଙ୍ଗା ହୋଇ ୧୭,୮୮୫ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ୧୦୮୦ ଟଙ୍କା ବଢ଼ି ୧୬,୩୯୫ ଟଙ୍କା ଓ ୧୮ କ୍ୟାରେଟ ସୁନା ୮୮୩ ଟଙ୍କା ମହଙ୍ଗା ହୋଇ ୧୩,୪୧୪ ଟଙ୍କା ରହିଛି।
୨୪ କ୍ୟରେଟ ସୁନାର ୧୦ ଗ୍ରାମର ମୂଲ୍ୟକୁ ଦେଖିଲେ ଏହା ଗୋଟିଏ ଦିନରେ ୧୧,୭୭୦ ଟଙ୍କା ବଢ଼ିଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ(Gold Price) ୧,୬୭,୦୮୦ ଟଙ୍କା ରହିଥିଲା। କିନ୍ତୁ ଆଜି ଏହା ରେକର୍ଡ ୧,୭୮,୮୫୦ ଟଙ୍କାରେ ପହଞ୍ଚି ଯାଇଛି।
ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୦,୮୦୦ ଟଙ୍କା ମହଙ୍ଗା ହୋଇଛି। ଗତକାଲି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧,୫୩,୧୫୦ ଟଙ୍କା ରହିଥିଲା। କିନ୍ତୁ ଆଜି ଏହା ୧,୬୩,୯୫୦ ଟଙ୍କା ଛୁଇଁଛି। ପୂର୍ବରୁ କେବେ ହେଲେ ବି ସୁନାର ଦାମ ଏତେ ହୋଇ ନଥିଲା। ସୁନାର ଦାମ ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି।
ଅନ୍ୟପକ୍ଷରେ ରୁପାର ଦାମ(Silver Price) ମଧ୍ୟ ଆଜି ବୃଦ୍ଧି ପାଇଛି। ରୁପାର ଦାମ କେଜି ପିଛା ଏକାଥରେ ୨୫ ହଜାର ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପାର ଦାମ କେଜି ପିଛା ୪,୨୫,୦୦୦ ଟଙ୍କାରେ ପହଞ୍ଚି ଯାଇଛି।
ଗତକାଲି ଭୁବନେଶ୍ୱରରେ ରୁପାର କେଜି ପିଛା ଦାମ ୪ ଲକ୍ଷ ଟଙ୍କା ଥିଲା। ଜାନୁଆରୀ ୨୭ ତୁଳନାରେ ରୁପାର ଦାମ ବୁଧବାର ୧୩ ହଜାର ଟଙ୍କା ମହଙ୍ଗା ହୋଇଥିଲା। ମଙ୍ଗଳବାର ଏହା ୧୨ ହଜାର ଓ ସୋମବାର ୧୦ ହଜାର ବଢ଼ିଥିଲା। କିନ୍ତୁ ଗୁରୁବାର ଏହାର ରେକର୍ଡ ୨୫ ହଜାର ଟଙ୍କା ମହଙ୍ଗା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/29/gold-price-2026-01-29-10-54-56.jpg)