Advertisment

୨୦୨୯ରୁ ଏକକ ନିର୍ବାଚନ! ଫର୍ମୁଲା ଉପରେ କାମ କରୁଛନ୍ତି ଆଇନ କମିଶନ

ବିଭିନ୍ନ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳକୁ ବୃଦ୍ଧି ଓ ହ୍ରାସ କରିବା ଫର୍ମୁଲା ଉପରେ ଆଇନ କମିଶନ କାର୍ଯ୍ୟ କରୁଛନ୍ତି।

author-image
Hemant Lenka
Vote

Vote

ଆସନ୍ତା ୨୦୨୯ରୁ ସାଧାରଣ ନିର୍ବାଚନ ସହ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳକୁ ବୃଦ୍ଧି ଓ ହ୍ରାସ କରିବା ଫର୍ମୁଲା ଉପରେ ଆଇନ କମିଶନ କାର୍ଯ୍ୟ କରୁଛନ୍ତି।

Advertisment

ଏହାଦ୍ୱାରା ୨୦୨୯ ଲୋକସଭା ନିର୍ବାଚନ ସହ ରାଜ୍ୟଗୁଡ଼ିକ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ହୋଇ ପାରିବ। ତେବେ କେମିତି ଏହାକୁ କାର୍ଯ୍ୟକାରୀ କରାଯିବ, ତା’ ଉପରେ ଆଇନ କମିଶନ କାମ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଲୋକସଭା, ବିଧାନସଭା ଓ ସ୍ଥାନୀୟ ପୌର ନିର୍ବାଚନକୁ ଏକାସାଙ୍ଗ କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ବିଚାର କରିବାକୁ ସରକାର କମିଟି ଗଠନ କରି ସାରିଛନ୍ତି। ଏବେ ଆଇନ କମିଶନ ତ୍ରିସ୍ତରୀୟ ନିର୍ବାଚନକୁ ମଧ୍ୟ ଜାତୀୟ ଓ ରାଜ୍ୟ ନିର୍ବାଚନ ବେଳେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇପାରେ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଇନ କମିଶନ ଏମିତି ଏକ ବ୍ୟବସ୍ଥା କରିବାକୁ ଚାହୁଁଛି ଯେ ଯେଉଁଥିରେ ଲୋକସଭା, ବିଧାନସଭା ଓ ସ୍ଥାନୀୟ ପୌର ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ।

ଏହାଦ୍ୱାରା ଖର୍ଚ୍ଚ ଓ ଚିହ୍ନଟ ପାଇଁ ଆବଶ୍ୟକ ମାନବବଳ ହ୍ରାସ ହୋଇପାରିବ। ବର୍ତ୍ତମାନ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନ ପରିଚୟପତ୍ର ତାଲିକା ପ୍ରସ୍ତୁତ କରିବାରେ ଲୋକଙ୍କୁ ନିୟୋଜିତ କରୁଛନ୍ତି।

ଏକକ ନିର୍ବାଚନ ପାଇଁ ବର୍ତ୍ତମାନ ସମୟ ଉପଯୁକ୍ତ ନୁହେଁ। କାରଣ ଏବେ ବି ଏଥିପାଇଁ ଅନେକ କାମ କରିବାର ଅଛି। ତେଣୁ ୨୦୨୪ରେ ଏକକ ନିର୍ବାଚନ ସମ୍ଭବ ନୁହେଁ ବୋଲି କମିଶନ ପ୍ରସ୍ତୁତ କରୁଥିବା ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। 

୨୦୨୯ରୁ ଏକକ ନିର୍ବାଚନ ପାଇଁ ଜଷ୍ଟିସ ଋତୁରାଜ ଅବସ୍ତୀଙ୍କ ନେତୃତ୍ୱରେ ଗଠିତ କମିଶନ ବିଭିନ୍ନ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କିମ୍ବା ହ୍ରାସ କରିବାକୁ ପରାମର୍ଶ ଦେଇପାରନ୍ତି। ଏମିତି ଏକ ବ୍ୟବସ୍ଥା ଆପଣା ଯାଉଛି, ଯାହାଦ୍ୱାରା ଲୋକମାନେ ବୁଥକୁ ଯିବା ମାତ୍ରେ ଏକାସଙ୍ଗରେ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଦେଇପାରିବେ।

One Nation One Election Law Commission