Advertisment

ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ବନ୍ଧା ହେଲେ କଣ୍ଟ୍ରାକ୍ଟର

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ  ପ୍ରଥମ ଗିରଫଦାରୀ ହୋଇଛି। ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍‌।

Arrest

Arrest

Advertisment

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ  ପ୍ରଥମ ଗିରଫଦାରୀ ହୋଇଛି। ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍‌।

Advertisment

କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍‌ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି। ଏହାପରେ କୋହ୍ଲାପୁର ପୁଲିସ୍‌ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍‌କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ପୁଲିସ୍‌ ରୁଜୁ କରିଥିବା ମାମଲାରେ ଆର୍କିଟେକ୍‌ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା ।  ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା।

Advertisment

ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭାନ ପୁଲିସ୍‌ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ପୂର୍ତ୍ତ ବିଭାଗ ତା’ର ଏଫଆଇଆରରେ କହିଛି ଯେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା। ନିର୍ମାଣରେ ନିମ୍ନ ମାନର ଜିନିଷ ବ୍ୟବହାର କରାଯାଇଥିଲା। କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପ୍ରତିମୂର୍ତ୍ତିରୁ ମିଳିଛି ବୋଲି ଏଫଆଇଆରରେ କୁହାଯାଇଥିଲା ।

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପରେ ରାଜନୈତିକ ହଟଚମଟ ଆରମ୍ଭ ହୋଇ ଯାଇଥିଲା। ଶିବସେନା ଓ ଏନସିପି ସମେତ ବିପକ୍ଷ ଦଳ ଏଥିନିମନ୍ତେ ବିଜେପି ଓ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ତୀବ୍ର ହେବାକୁ ଲାଗିବାରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସବୁ ଦୋଷ ଭାରତୀୟ ନୌସେନା ମୁଣ୍ତରେ ଲଦି ଦେଇଥିଲେ। ତାଙ୍କ କହିବା କଥା ଯେ ରାଜକୋଟ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିବା ଶିବାଜୀ ପ୍ରତିମୂର୍ତ୍ତିର ନିର୍ମାଣ ଦାୟିତ୍ୱ ଭାରତୀୟ ନୌସେନା ନେଇଥିଲା। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥିଲା।

Maharashtra Chhatrapati Shivaji
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe