ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଆଜି ସକାଳେ ଅପହରଣ କରାଯାଇଥିଲା। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଥିଲେ।
ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଅପହରଣ କରିଥିଲେ ସଶସ୍ତ୍ର ଦୁର୍ବୃତ୍ତମାନେ। ସେମାନେ ତାଙ୍କୁ ଘରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଏକ ସ୍ଥାନକୁ ନେଇ ଯାଇଥିଲେ। ପରେ ଉକ୍ତ ବନ୍ଧୁକଧାରୀମାନେ ତାଙ୍କୁ ଇମ୍ଫାଲ ୱେଷ୍ଟ ଜିଲ୍ଲାରେ ଛାଡ଼ି ଦେଇଥିଲେ। ସେମାନେ ତାଙ୍କର କୌଣସି କ୍ଷତି ଘଟାଇ ନଥିଲେ। ପୁଲିସ୍ ଏହି ଘଟଣା ନେଇ ସ୍ପଷ୍ଟ କରିଛି। ତେବେ ସବିଶେଷ ତଥ୍ୟ ଦେବାକୁ ମନା କରିଛି।
ଅଖୁ ଚିଙ୍ଗଙ୍ଗବମଙ୍କ ଘର ଇମ୍ଫାଲ ଇଷ୍ଟର ଖୁରାଇ ଅଞ୍ଚଳରେ। ସେ ଏକାଧାରରେ ଜଣେ ଗାୟକ ଓ ଗୀତିକାର ହୋଇଥିବା ବେଳେ ତାଙ୍କର ‘ଇମ୍ଫାଲ୍ ଟକିଜ୍’ ନାଁରେ ଏକ ରକ୍ ବ୍ୟାଣ୍ଡ୍ ଅଛି।
ମେ’ ୩ରୁ ମଣିପୁରରେ ହିଂସା ଜାରି ରହିଛି। ଦୁଇ ସଂପ୍ରଦାୟ- ମୈତେଇ ଓ କୁକି ମଧ୍ୟରେ ଚାଲିଛି ଲଢ଼େଇ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଲିକ୍ ହୋଇଥିବା ଜାତିଭିତ୍ତିକ ସର୍ଭେ ରିପୋର୍ଟରେ କ’ଣ ରହିଛି?
ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ୩୨%ରୁ ୫୧%କୁ ବୃଦ୍ଧି କରନ୍ତୁ।

National
ମେହୁଲ ଚୋକ୍ସିଙ୍କୁ ଫେରାଇ ଆଣି ପାରିବ ତ ଭାରତ?
ପିଏନବି ଠକେଇର ଅନ୍ୟତମ ମାଷ୍ଟରମାଇଣ୍ଡ ନୀରବ ମୋଦି ୨୦୧୯ରୁ ଲଣ୍ଡନରେ ଗିରଫ ହୋଇ ଜେଲରେ ରହିଛନ୍ତି। ଭାରତର ପ୍ରତ୍ୟର୍ପଣ ଦାବି ପରେ ନୀରବଙ୍କୁ ଗିରଫ କରାଯାଇଥିଲେ ହେଁ ଏଯାଏ ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ ସକ୍ଷମ ହୋଇ ନାହାନ୍ତି।

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

National
ତହବୁର ରାଣା: ପାକ୍ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।