ଘରକୁ ଫେରିଲେ ଅପହୃତ ଗାୟକ ଓ ଗୀତିକାର ଅଖୁ

ମା’ ଓ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଅପହରଣ କରି ନେଲେ ଦୁର୍ବୃତ୍ତ।

ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମ

  • Published: Friday, 29 December 2023
  • , Updated: 29 December 2023, 07:47 PM IST

ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଆଜି ସକାଳେ ଅପହରଣ କରାଯାଇଥିଲା। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଥିଲେ। 

ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଅପହରଣ କରିଥିଲେ ସଶସ୍ତ୍ର ଦୁର୍ବୃତ୍ତମାନେ। ସେମାନେ ତାଙ୍କୁ ଘରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଏକ ସ୍ଥାନକୁ ନେଇ ଯାଇଥିଲେ। ପରେ ଉକ୍ତ ବନ୍ଧୁକଧାରୀମାନେ ତାଙ୍କୁ ଇମ୍ଫାଲ ୱେଷ୍ଟ ଜିଲ୍ଲାରେ ଛାଡ଼ି ଦେଇଥିଲେ। ସେମାନେ ତାଙ୍କର କୌଣସି କ୍ଷତି ଘଟାଇ ନଥିଲେ। ପୁଲିସ୍ ଏହି ଘଟଣା ନେଇ ସ୍ପଷ୍ଟ କରିଛି। ତେବେ ସବିଶେଷ ତଥ୍ୟ ଦେବାକୁ ମନା କରିଛି।  

ଅଖୁ ଚିଙ୍ଗଙ୍ଗବମଙ୍କ ଘର ଇମ୍ଫାଲ ଇଷ୍ଟର ଖୁରାଇ ଅଞ୍ଚଳରେ। ସେ ଏକାଧାରରେ ଜଣେ ଗାୟକ ଓ ଗୀତିକାର ହୋଇଥିବା ବେଳେ ତାଙ୍କର ‘ଇମ୍ଫାଲ୍ ଟକିଜ୍’ ନାଁରେ ଏକ ରକ୍ ବ୍ୟାଣ୍ଡ୍ ଅଛି।

ମେ’ ୩ରୁ ମଣିପୁରରେ ହିଂସା ଜାରି ରହିଛି। ଦୁଇ ସଂପ୍ରଦାୟ- ମୈତେଇ ଓ କୁକି ମଧ୍ୟରେ ଚାଲିଛି ଲଢ଼େଇ।

Related story