Advertisment

'ଗରବାରେ ପ୍ରବେଶ ପାଇଁ ପିଇବାକୁ ପଡ଼ିବ ଗୋମୂତ୍ର'

ବିଜେପିର ଇନ୍ଦୋର ଜିଲ୍ଲା ସଭାପତି ଚିଣ୍ଟୁ ବର୍ମା ନବରାତ୍ରୀ ଉତ୍ସବରେ ଅଣ ହିନ୍ଦୁମାନଙ୍କୁ ଗରବା ମଣ୍ଡପରେ ପ୍ରବେଶ ରୋକିବା ପାଇଁ ଗୋମୂତ୍ର ପିଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Garba Event

Garba Event

Advertisment

ଆଗକୁ ଦଶହରା। ଏଥିପାଇଁ ଆରମ୍ଭ ହୋଇଗଲାଣି ଚାରିଆଡ଼େ ନବରାତ୍ରୀ ଧୁମ୍‌। ଗରବା ଡ୍ୟାନ୍ସ ପାଇଁ ଜମିଲାଣି ଭିଡ଼। ତେବେ ଏହି ଗରବା ପେଣ୍ଡାଲକୁ ଏବେ ପ୍ରବେଶ କରିବାକୁ ହେଲେ ପିଇବାକୁ ପଡିବ ଗୋମୂତ୍ର। ଏଭଳି କିଛି ବିବାଦୀୟ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ବିଜେପିର ଇନ୍ଦୋର ଜିଲ୍ଲା ସଭାପତି ଚିଣ୍ଟୁ ବର୍ମା ନବରାତ୍ରୀ ଉତ୍ସବରେ ଅଣ ହିନ୍ଦୁମାନଙ୍କୁ ଗରବା ମଣ୍ଡପରେ ପ୍ରବେଶ ରୋକିବା ପାଇଁ ଗୋମୂତ୍ର ପିଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ମାଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଏହାକୁ ରାଜନୈତିକ ଧ୍ରୁବୀକରଣ କୌଶଳ ବୋଲି କହିଛି।

ବିଜେପି ନେତା ଚିଣ୍ଟୁ ବର୍ମା କହିଛନ୍ତି ଯେ ଗରବା ଦେବୀଙ୍କୁ ପୂଜା କରିବାର ଏକ ପର୍ବ। ଏଥିରେ ଅଧିକ ଲୋକ ଅଂଶଗ୍ରହଣ କରିବା ଉଚିତ୍ । ଗାଈକୁ ଗୋମାତା ଭାବରେ ବିବେଚନା କରାଯାଏ। ଏହାର ମୂତ୍ର ଲାଭଦାୟକ। ଏଭଳି ସ୍ଥିତିରେ ହିନ୍ଦୁମାନେ ଗୋମୂତ୍ର ପିଇବାରେ କୌରସି ଅସୁବିଧା ହେବ ନାହିଁ। ତେଣୁ ଗରବାରେ ଭାଗ ନେଉଥିବା ସମସ୍ତ ଲୋକଙ୍କୁ ପ୍ରସାଦ ରୂପେ 'ଗୋମୂତ୍ର' ପିଆଇବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା ଏହି ବୟାନରୁ ନିଜକୁ ଦୂରେଇ ରଖି କହିଛନ୍ତି ଯେ ଏହା ଦଳର ଆଭିମୁଖ୍ୟ ନୁହେଁ ବରଂ ବ୍ୟକ୍ତିଗତ ମତାମତ।

ତେବେ କଂଗ୍ରେସ ବିଜେପି ନେତାଙ୍କ ଏହି ପ୍ରସ୍ତାବକୁ ତୀବ୍ର ନିନ୍ଦା କରିଛି। କଂଗ୍ରେସ ମୁଖପାତ୍ର ନୀଳଭ ଶୁକ୍ଳା ଦର୍ଶାଇଛନ୍ତି ଯେ ଅନେକ ଗରବା ମଣ୍ଡପ ବିଜେପି ନେତାଙ୍କ ଦ୍ୱାରା ଆୟୋଜନ କରାଯାଏ। ଗୋମୂତ୍ରକୁ ପ୍ରବେଶ ପାଇଁ ଏକ ଆବଶ୍ୟକତା ଭାବରେ ପ୍ରୋତ୍ସାହନ ଦେବା ସହିତ ଗୋମାଂସ କମ୍ପାନୀ ଗୁଡିକଠାରୁ ଚାନ୍ଦା ଗ୍ରହଣ କରିବାରେ ସେମାନଙ୍କ ରହସ୍ୟକୁ ସମାଲୋଚନା କରିଥିଲେ।

ପୂର୍ବରୁ ଇନ୍ଦୋରର ଆୟୋଜକମାନେ ଆଧାର କାର୍ଡ ଯାଞ୍ଚ କରି ଗରବା ସ୍ଥଳକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ତେବେ ଏହାକୁ ନେଇ ବୟାନବାଜି ଓ ରାଜନୀତି ତେଜିବା ପରେ ବର୍ମା ସ୍ପଷ୍ଟ କରିଛନ୍ତି ଯେ କେବଳ ହିନ୍ଦୁମାନେ ଯେପରି ଗରବା ଉତ୍ସବରେ ଅଂଶଗ୍ରହଣ କରିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବେଳେବେଳେ ଲୋକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ କିଛି ଆଲୋଚନା ହୋଇଥାଏ। ଆଧାର କାର୍ଡକୁ ଏଡିଟ୍ କରାଯାଇପାରିବ। ତେବେ ଯଦି କୌଣସି ବ୍ୟକ୍ତି ହିନ୍ଦୁ ଅଟନ୍ତି, ତେବେ ଗୋମୂତ୍ର ପିଇବା ପରେ ହିଁ ସେ ଗରବା ମଣ୍ଡପରେ ପ୍ରବେଶ କରିବେ। ଏହାକୁ ମନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବର୍ମା ଯୁକ୍ତି ବାଢ଼ିଛନ୍ତି।

Bjp Navratri Garba Event Cow Urine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe