Advertisment

ଅସ୍ତ୍ରଶସ୍ତ୍ର କିଣାରେ ନମ୍ବର ୱାନ୍ ଭାରତ

୨୦୧୮-୨୦୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣିବାରେ ୧୧ ପ୍ରତିଶତ ତଳକୁ ଖସିଥିଲେ ବି ନମ୍ବର ୱାନରେ ରହିଛି ଭାରତ।

India Buying Weapon

India Buying Weapon

Advertisment

ଅସ୍ତ୍ରଶସ୍ତ୍ର କିଣାରେ ପୁଣି ନମ୍ବର ୱାନ୍ ଦେଶ ପାଲଟିଛି ଭାରତ। ବିଶ୍ୱରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି। ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। 

Advertisment

ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ୨୦୧୩-୨୦୧୭ ଏବଂ ୨୦୧୮-୨୦୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣିବା ୧୧ ପ୍ରତିଶତ ତଳକୁ ଖସିଥିଲେ ବି ନମ୍ବର ୱାନରେ ରହିଛି ଭାରତ। ରିପୋର୍ଟରେ ପାକିସ୍ତାନ କଥା ବି ଉଠିଛି। ଅସ୍ତ୍ରଶସ୍ତ୍ର କିଣାରେ ବିଶ୍ୱର ୮ମ ସ୍ଥାନରେ ରହିଥିବା ପାକିସ୍ତାନର ୨୦୧୮-୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର ଆମଦାନୀ୧୪ ପ୍ରତିଶତ ବୃଦ୍ଧି ହୋଇଛି। ଚାଇନା ଏହାର ମୁଖ୍ୟ ସପ୍ଲାୟର ରହିଛି।

ବର୍ତ୍ତମାନ ଭାରତ ଅନ୍ୟ ଦେଶଙ୍କଠୁ ଅସ୍ତ୍ରଶସ୍ତ୍ର କିଣିବା ବଦଳରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛି। ତେଣୁ ପୂର୍ବ ତୁଳନାରେ ଅନ୍ୟ ଦେଶଙ୍କଠୁ ଭାରତ ଅସ୍ତ୍ରଶସ୍ତ୍ର କିଣୁଥିବା କମାଇ ଦେଇଛି। 

Advertisment

ସେହିପରି ଥିଙ୍କ୍ ଟ୍ୟାଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରୁଷ ଆକ୍ରମଣ ପରେ ଆମେରିକା ଓ ୟୁରୋପରୁ ସାମରିକ ସହାୟତା ପାଇବା ପରେ ୟୁକ୍ରେନ୍ ଗତବର୍ଷ ବିଶ୍ୱର ତୃତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ହୋଇପାରିଥିଲା। ‘ସିପରି’ ସହିତ ଜଡିତ ଜଣେ ବରିଷ୍ଠ ଗବେଷକ ପିଟର ଡି ୱିଜିମ୍ୟାନ କହିଛନ୍ତି, ଗୋଟିଏ ପଟେ ଯେଉଁଠାରେ ଗତ ବର୍ଷ ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଘଟିଥିଲା, ରୁଷ ସହିତ ତିକ୍ତତା ବଢିବା କାରଣରୁ ୟୁରୋପୀୟ ଦେଶମାନଙ୍କରେ ଅସ୍ତ୍ରଶସ୍ତ୍ର ପ୍ରାୟ ବୃଦ୍ଧି ପାଇଥିଲା। 

୨୦୧୮ରୁ ୨୦୨୨ ମଧ୍ୟରେ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ୫ଟି ଦେଶ ମଧ୍ୟରେ ଭାରତ, ସାଉଦି ଆରବ୍, କତର, ଅଷ୍ଟ୍ରେଲିଆ ଏବଂ ଚୀନର ନାଁ ସାମିଲ ରହିଛି। ଯେଉଁଥିରେ ପ୍ରଥମ ସ୍ଥାନରେ ଆସୁଛି ଭାରତ। ଅନ୍ୟପଟେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶଙ୍କ ମଧ୍ୟରେ ଆମେରିକା, ଋଷ, ଫ୍ରାନ୍ସ, ଚୀନ୍ ଏବଂ ଜର୍ମାନୀର ନାଁ ରହିଛି। 

India India Weapon SIPRI Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe