Advertisment

Abhishek Banerjee: ଅମର୍ତ୍ୟ ସେନଙ୍କୁ ଏସଆଇଆର ନୋଟିସ ହୋଇଥିବା ଦାବି କଲା, ଇସିଙ୍କୁ ଧୋଇଲା ଟିଏମସି

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଓ ଅଭିନେତା ଦେବଙ୍କୁ ମଧ୍ୟ ଏସ୍‌ଆଇଆର ନୋଟିସ ହୋଇଥିବା ଅଭିଷେକ ସୂଚନା ଦେବା ସହ ଅଭିଯୋଗ କରିଛନ୍ତି ଯେ ଅର୍ଥନୀତିରେ ଦେଶ ପାଇଁ ନୋବେଲ ଜିତିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ନୋଟିସ କରିବା ଅତ୍ୟନ୍ତ ଦୁଃଖଦ ଘଟଣା।

author-image
Hemant Lenka
SIR1

ଅମର୍ତ୍ୟ ସେନ (ଫାଇଲ ଫଟୋ)

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ(Abhishek Banerjee) ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ କମିଶନ ନୋବେଲ ବିଜେତା ଅମର୍ତ୍ୟ ସେନଙ୍କୁ ଏସ୍‌ଆଇଆର ଶୁଣାଣିରେ ସାମିଲ ହେବାକୁ ନୋଟିସ କରି ବେଙ୍ଗଲର ନାଗରିକମାନଙ୍କୁ ହଇରାଣ କରୁଥିବା ସେ ଦାବି କରିଛନ୍ତି।

Advertisment

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଓ ଅଭିନେତା ଦେବଙ୍କୁ ମଧ୍ୟ ଏସ୍‌ଆଇଆର ନୋଟିସ ହୋଇଥିବା ଅଭିଷେକ ସୂଚନା ଦେବା ସହ ଅଭିଯୋଗ କରିଛନ୍ତି ଯେ ଅର୍ଥନୀତିରେ ଦେଶ ପାଇଁ ନୋବେଲ ଜିତିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ନୋଟିସ କରିବା ଅତ୍ୟନ୍ତ ଦୁଃଖଦ ଘଟଣା। 

ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ସେମାନେ ଭାରତ ପାଇଁ ନୋବେଲ ପୁରସ୍କାର ଜିତିଥିବା ଅମର୍ତ୍ୟ ସେନଙ୍କୁ ନୋଟିସ କରିଛନ୍ତି। ବିଶ୍ୱ ଦରବାରରେ ଭାରତକୁ ସମ୍ମାନୀତ କରିଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି। ଭାରତ ପାଇଁ ବିଶ୍ୱକପ ଖେଳିଥିବା କ୍ରିକେଟର ମହମ୍ମଦ ଶାମିଙ୍କୁ ସେମାନେ ନୋଟିସ ପଠାଇଛନ୍ତି। ପ୍ରଖ୍ୟାତ ଅଭିନେତା ଦେବଙ୍କୁ ସେମାନେ ଗୋଟିଏ ଚିଠି କରିଛନ୍ତି। ଏହା କେବଳ ସମସ୍ତଙ୍କୁ ବଦନାମ କରିବା ଓ ହଇରାଣ କରିବାର ପ୍ରୟାସ।” 

Advertisment

ଦେଶର ଗର୍ବ ଓ ଏତେ ପରିମାଣର ସମ୍ମାନ ହାସଲ କରିଥିବା ଅମର୍ତ୍ୟ ସେନଙ୍କୁ କେମିତି ଏସ୍‌ଆଇଆର ଶୁଣାଣି ପାଇଁ ଡକା ଯାଉଛି, ତା’କୁ ନେଇ ଗୋଟିଏ ରାଲିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଅଭିଷେକ ବାନାର୍ଜୀ।

ସେ କହିଛନ୍ତି, “ଏସ୍‌ଆଇଆର ନାଁରେ ବିଜେପି ଓ ଭାରତୀୟ ନିର୍ବାଚନ କମିଶନ ବେଙ୍ଗଲର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଯେତେବେଳେ ମୁଁ ଏଠାକୁ ଆସିଲି ସେତେବେଳେ ଜାଣିବାକୁ ପାଇଲି ଯେ ସେମାନେ ଆମ ଦେଶକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠା ଆଣି ଦେଇଥିବା ଅମର୍ତ୍ୟ ସାନଙ୍କୁ ଶୁଣାଣି ନୋଟିସ ପଠାଇଛନ୍ତି।” ତେବେ ଅମର୍ତ୍ୟ ସେନଙ୍କୁ ଶୁଣାଣି ପାଇଁ ନୋଟିସ ହୋଇଛି କି ନାହିଁ, ସେ ସମ୍ପର୍କରେ ଏଯାଏ ନିର୍ବାଚନ କମିଶନ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦେଇ ନାହାନ୍ତି।

ଅନ୍ୟପକ୍ଷରେ ଟିଏମସି ସାଂସଦ ତଥା ଅଭିନେତା ଦେବ ଓରଫ ଦୀପକ ଅଧିକାରୀଙ୍କୁ ଏସ୍‌ଆଇଆର ଶୁଣାଣିରେ ହାଜର ହେବାକୁ ସମନ ଆସିଛି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ନୋଟିସ ହୋଇଛି। କିନ୍ତୁ ଦେବ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ପଶ୍ଚିମ ମେଦିନାପୁରର ଘାଟାଲ ଲୋକସଭା ଆସନରୁ ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିଲେ ଦେବ। ତାଙ୍କର ଜନ୍ମ ମଧ୍ୟ ସେଠାରେ ହୋଇଥିଲା। ବାପାଙ୍କ କାମ ପାଇଁ ସେ ପରବର୍ତ୍ତୀ ଅବସ୍ଥାରେ ମୁମ୍ବାଇ ଚାଲି ଯାଇଥିଲେ। ଏହାପରେ ସେ ବେଙ୍ଗଲକୁ ଫେରିବା ସହ ଫିଲ୍ମ ଦୁନିଆରେ ସଫଳତା ସାଉଁଟିଥିଲେ। ଦେବ ଏବେ ଦକ୍ଷିଣ କୋଲକାତାର ସ୍ଥାୟୀ ବାସିନ୍ଦା। ତଥାପି ତାଙ୍କୁ ଏସ୍‌ଆଇଆର ନୋଟିସ ହୋଇଛି। 

Abhishek Banerjee