Advertisment

ଆଉ ୨ ଦିନ ପାଇଁ ସିସୋଦିଆଙ୍କୁ ରିମାଣ୍ଡରେ ନେଲା ସିବିଆଇ

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେଇଛି ସିବିଆଇ।

undefined

Manish Sisodia

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେଇଛି ସିବିଆଇ। ତାଙ୍କୁ ସିବିଆଇ ରବିବାର ଗିରଫ କରିଥିବା ବେଳେ ସୋମବାର ଠାରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ଅବଧି ଆଜି ଶେଷ ହେଉଥିବାରୁ ସିସୋଦିଆଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ ପକ୍ଷରୁ ହାଜର କରାଯାଇଥିଲା।

Advertisment

ଏହି ସମୟରେ ସିବିଆଇ ଆଉ ୩ ଦିନ ରିମାଣ୍ଡ ଆବେଦନ କରିଥିଲା। ହେଲେ କୋର୍ଟ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ ୬ ତାରିଖରେ ସିବିଆଇ ତାଙ୍କ ପୁଣି କୋର୍ଟରେ ହାଜର କରିବ।

ଅନ୍ୟପକ୍ଷରେ ସିସୋଦିଆ କରିଥିବା ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୧୦ ତାରିଖରେ ତାଙ୍କ ଆବେଦନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ସିସୋଦିଆ ତାଙ୍କ ଜାମିନ ଆବେଦନ କହିଛନ୍ତି ଯେ ତାଙ୍କୁ ହେପାଜତରେ ରଖି ସିବିଆଇର କୌଣସି ଲାଭ ହେବନାହିଁ। କାରଣ ଏହି ମାମଲାରେ ସିବିଆଇ ଯାହା ହାସଲ କରିବା କଥା, ସେସବୁ ସିଜ୍‌ କରି ସାରିଛି।

Advertisment

ସିସୋଦିଆଙ୍କ ଓକିଲ ଜାମିନ ଆବେଦନ ସପକ୍ଷରେ ଓ ରିମାଣ୍ତ ଆବେଦନ ବିରୋଧରେ ପକ୍ଷ ରଖି କହିଥିଲେ ଯେ ତଦନ୍ତରେ କେବଳ ଅସହଯୋଗ କଥା କହି ସିବିଆଇ ତାଙ୍କୁ ହେପାଜତରେ ରଖିପାରିବ ନାହିଁ। ଏଥିସହ ତାଙ୍କୁ ଅପରାଧୀ ଭାବେ ବିବେଚନା କରାଯାଇ ପାରିବ ନାହିଁ। ସିବିଆଇ ନିଜର ଅକ୍ଷମତା ପାଇଁ ତଦନ୍ତ ଶେଷ କରିବା ଉଦ୍ଦେଶ୍ୟରେ ରିମାଣ୍ଡ ଆବେଦନ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କହିଥିଲେ। ଏହାପରେ କୋର୍ଟ ୧୦ ତାରିଖ ଯାଏ ରାୟ ସଂରକ୍ଷିତ ରଖିଥିଲେ।

ଅନ୍ୟପକ୍ଷରେ ଆଜି ସିବିଆଇ କଡ଼ା ସୁରକ୍ଷାବଳୟ ମଧ୍ୟରେ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ସୁରକ୍ଷା ଦାୟିତ୍ୱରେ ଦିଲ୍ଲୀ ପୁଲିସ୍‌, ରାପିହ ଆକ୍ସନ ଫୋର୍ସ ଓ ସିଆରପିଏଫ ଯବାନମାନେ ଉପସ୍ଥିତ ରହିଥିଲେ।

ଲାଗୁ ହୋଇ ପରେ ଉଚ୍ଛେଦ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି। ସିବିଆଇ ଘଟଣାର ତଦନ୍ତ କରି ରବିବାର ସିସୋଦିଆଙ୍କୁ ଗିରଫ କରିଥିଲା। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। କିନ୍ତୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ।

Delhi CBI AAP Manish Sisodia Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe