Advertisment

ଜେଲ ଭିତରୁ ପିଲାଙ୍କ ପାଇଁ ବାର୍ତ୍ତା ପଠାଇଲେ ସିସୋଦିଆ, ପଢ଼ିଲେ କେଜ୍ରିୱାଲ

ଜେଲ ଭିତରୁ ସିସୋଦିଆ ପଠାଇଥିବା ବାର୍ତ୍ତା ସମ୍ପର୍କରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତଙ୍କୁ ଅବଗତ କରାଇଛନ୍ତି।

author-image
Hemant Lenka
Sisodia

Sisodia

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆ ଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି। ଜେଲ ଭିତରୁ ସିସୋଦିଆ ପଠାଇଥିବା ବାର୍ତ୍ତା ସମ୍ପର୍କରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏଥିସହ ସେ ପିଲାମାନଙ୍କ ଉଦ୍ଦେଶ୍ୟରେ ଉକ୍ତ ବାର୍ତ୍ତାକୁ ମଧ୍ୟ ପଢ଼ିଛନ୍ତି।

Advertisment

ଦିଲ୍ଲୀର ପିଲାମାନଙ୍କ ପାଇଁ ସିସୋଦିଆ ପଠାଇଥିବା ବାର୍ତ୍ତାରେ କହିଛନ୍ତି ଯେ “ମୁଁ ଠିକ୍‌ ଅଛି। ମୁଁ ଯେଉଁଠି ବି ଅଛି ଭଲରେ ଅଛି। ମୋ ପାଇଁ କେହି ଅଦୌ ବ୍ୟସ୍ତ ହୁଅନ୍ତି ନାହିଁ। ସମସ୍ତେ ନିଜ ନିଜର ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ।” କେଜ୍ରିୱାଲ ଏହାକୁ ପଢ଼ିବା ପରେ ଦିଲ୍ଲୀର ପିଲାମାନେ ଓ ସାଧାରଣ ଲୋକ କର ତାଳି ମାରି ଏହାକୁ ସ୍ୱାଗତ କରିଥିଲେ।

କେଜ୍ରିୱାଲ କହିଛନ୍ତି, “ଆଜି ଆମ ପାଖରେ ମନୀଷ ଜୀ ନାହାନ୍ତି। କିଛି ଦିନ ତଳେ କିଛି ପିଲା ମୋ ପାଖକୁ ଆସିଥିଲେ ଓ ସେମାନେ ତାଙ୍କୁ ମିସ୍‌ କରୁଥିବା ମୋତେ କହିଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମସ୍ତେ ତାଙ୍କୁ ମିସ କରୁଛନ୍ତି। ପିଲାମାନେ ଏହା ଶୁଣି କହିଥିଲେ ଯେ ମନୀଷ ସିସୋଦିଆଙ୍କୁ ମିଥ୍ୟା କେସରେ ଗିରଡ଼ କରାଯାଇଛି।

Advertisment

ଏହାର ଜବାବରେ ମୁଁ କହିଥିଲି ଯେ ପୂରା ବିଶ୍ୱ ଏକଥା ଜାଣିଛି। ସେ ଏବେ ଜେଲ ଭିତରେ ଅଛନ୍ତି। ସେଠାରେ ବସି ସେ ତୁମ ମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବ୍ୟସ୍ତ। ତୁମେମାନେ ସମସ୍ତେ ଭଲ ମାର୍କ ରଖିବ। ଭଗବାନ ତାଙ୍କୀ ପରୀକ୍ଷା ନେଉଛନ୍ତି। କିନ୍ତୁ ସେ ୧୦୦% ମାର୍କ ରଖିବେ ଓ ତୁମମାନଙ୍କ ପାଖକୁ ଆସିବେ।”

ଗତ ମାସରେ ସିବିଆଇ ପ୍ରଥମେ ସିସୋଦିଆଙ୍କୁ ଗିରଫ କରିଥିଲା। ସିବିଆଇ ରିମାଣ୍ଡ ଶେଷ ହେବାକୁ ଥିବା ବେଳେ ଇଡି ପୁଣି ତାଙ୍କୁ ଗିରଫ କରିଥିଲା। ଇଡି ତାଙ୍କୁ ୨୨ ମାର୍ଚ୍ଚ ଯାଏ ରିମାଣ୍ଡରେ ଆଣିଛି। ଏହାପରେ ସିସୋଦିଆ ଜେଲରୁ ବାହାରିବେ ନା ବିଚାର ବିଭାଗୀୟ ହାଜତକୁ ଯିବେ, ସେକଥା ସ୍ପଷ୍ଟ ହେବ।

Arvind Kejriwal AAP Manish Sisodia