Advertisment

ଏବେ ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି: ସିସୋଦିଆ

ମୋଟ ଭୋଟର ୭୦ ପ୍ରତିଶତ ଦଳ ଖାତାକୁ ଆସିବ ବୋଲି ମନୀଷ ସିସୋଦିଆ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

'ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ ବିଜେପି ମୂଳପୋଛ ହୋଇଯିବ। ସମସ୍ତ ୭୦ଟି ଯାକ ଆସନ ଦଖଲ କରିବ ଆପ୍‌। ବିଜେପି ଖାତା ଖୋଲି ପାରିବନି।' ଏଭଳି କିଛି ବଡ଼ ଦାବି କରିଛନ୍ତି ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

Advertisment

ନିକଟରେ ରାଜେନ୍ଦ୍ର ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ବେଳେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ବର୍ଷିଛନ୍ତି। କେନ୍ଦ୍ରର ଶାସକ ଦଳ ତାଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ମାମଲାରେ ଜେଲରେ ଫଶାଇଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆପର ଏହି ବରିଷ୍ଠ ନେତା କହିଛନ୍ତି, ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ଟି ବିଧାନସଭା ଆସନରେ ବିଜୟୀ ହେବ। ମୋଟ ଭୋଟର ୭୦ ପ୍ରତିଶତ ଦଳ ଖାତାକୁ ଆସିବ।

Advertisment

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, 'ମୋ ପ୍ରତି ଲୋକଙ୍କ ସ୍ନେହ ଓ ଭଲପାଇବା ଦେଖି ବିଜେପି ବ୍ୟଥିତ ହୋଇଯାଇଛି। ମୁଁ ହସି ହସି ଜେଲରୁ ବାହାରକୁ ଆସିଲି କାରଣ ମୁଁ କିଛି ଭୁଲ କରିନାହିଁ।'

ବିଜେପି ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ ସମେତ ଅନେକ ସରକାରକୁ ଭାଙ୍ଗିଦେଇଛି। ନିଜ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି ପଠାଇ ଦଳ ଭାଙ୍ଗିଛନ୍ତି। କିନ୍ତୁ ସେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗି ପାରିନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ବହୁତ ଭଲ ପାଆନ୍ତି, ସେ ଖୁବ୍ ଶୀଘ୍ର ଜେଲରୁ ମୁକୁଳିବେ।

ଗତ ବିଧାନସଭା ନିର୍ବାଚନରେ ଆପ୍‌ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। ହେଲେ ଲୋକସଭା ନିର୍ବାଚନରେ ଆପ୍ ବିଫଳ ହୋଇଛି। ନିକଟରେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଥିଲା। ଗତ ୧୭ ମାସ ହେବ ସେ ଜେଲରେ ଥିଲେ।

Bjp AAP Manish Sisodia Delhi Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe