Advertisment

ହର୍ଣ୍ଣ ବଜାଇ ଉତ୍ପାତ କରୁଥିବା ଦୁଇ ଭଉଣୀ ପଡ଼ୋଶୀଙ୍କ ଉପରେ କାର ମଡ଼ାଇ ଦେଲେ, ପୁଲିସକୁ ବି ଛାଡ଼ିଲେନି

ନନଷ୍ଟପ ହର୍ଣ୍ଣ ବଜାଇବା ସହ ଦ୍ରୁତଗତିରେ କାର ଚଳାଇ କ୍ୟାମ୍ପସରେ ଥିବା ଏକାଧିକ ଗାଡ଼ିକୁ କ୍ଷତି ପହଞ୍ଚାଇଥିଲେ। ସେହିପରି ପୁଲିସ୍‌କୁ ଖବର ଦେଇଥିବା କିଛି ପଡ଼ୋଶୀଙ୍କ ଉପରେ ମଧ୍ୟ ଗାଡ଼ି ଚଢ଼ାଇ ଦୁଇ ଭଉଣୀ ଆହତ କରିଥିଲେ।

Delhi

Delhi

Advertisment

ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭରେ ରହୁଥିବା ଦୁଇ ଭଉଣୀ ଉତ୍ପାତର ସବୁ ସୀମା ଟପି ଯାଇଛନ୍ତି। ଶୁକ୍ରବାର ହାଇଡ୍ରାମା ପରେ ବିଶୃଙ୍ଖଳା କରୁଥିବା ଦୁଇ ଭଉଣୀଙ୍କୁ ପୁଲିସ୍‌ ଗିରଫ କରିଛି। ଏହି ଦୁଇ ଭଉଣୀ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଧମକ ଦେବା ସହ କ୍ୟାମ୍ପସ ମଧ୍ୟରେ ବେପରୁଆଗ ଗାଡ଼ି ଚାଳନା କରିଥିଲେ।

Advertisment

ନନଷ୍ଟପ ହର୍ଣ୍ଣ ବଜାଇବା ସହ ଦ୍ରୁତଗତିରେ କାର ଚଳାଇ କ୍ୟାମ୍ପସରେ ଥିବା ଏକାଧିକ ଗାଡ଼ିକୁ କ୍ଷତି ପହଞ୍ଚାଇଥିଲେ। ସେହିପରି ପୁଲିସ୍‌କୁ ଖବର ଦେଇଥିବା କିଛି ପଡ଼ୋଶୀଙ୍କ ଉପରେ ମଧ୍ୟ ଗାଡ଼ି ଚଢ଼ାଇ ଦୁଇ ଭଉଣୀ ଆହତ କରିଥିଲେ। ପୁଲିସ୍‌ ଉପସ୍ଥିତିରେ ମଧ୍ୟ ଦୁଇ ଭଉଣୀ ଦ୍ରୁତଗତିରେ ଗାଡ଼ି ଚଳାଇ ନିଜର ଦବଙ୍ଗିରି ଦେଖାଉଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ମାସକ ତଳେ ଦୁଇ ଭଉଣୀ ଭାବ୍ୟା ଜୈନ ଓ ଛରଭି ଜୈନ ଆପାର୍ଟମେଣ୍ଟର ଜଣେ ସିକ୍ୟୁରିଟି ଗାର୍ଡକୁ ମାଡ଼ ମାରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ କାରରେ ବସି ନନଷ୍ଟପ ହର୍ଣ୍ଣ ବଜାଇ ଚାଲିଥିଲେ।

Advertisment

ଉକ୍ତ କମ୍ପ୍ଲେକ୍ସରେ ରହୁଥିବା ୭୦ ବର୍ଷୀୟ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ଅଶୋକ ଶର୍ମା ସେମାନଙ୍କୁ ହର୍ଣ୍ଣ ବନ୍ଦ କରିବାକୁ କହିଥିଲେ। ହେଲେ ଉଭୟ ଶ୍ରୀ ଶର୍ମାଙ୍କ ଫୁଲ କୁଣ୍ଡ ଭାଙ୍ଗି ଦେଇଥିଲେ। ଏହାପରେ ସେମାନେ ଶ୍ରୀ ଶର୍ମାଙ୍କ ଘର ଭିତରେ ପଶି ତାଙ୍କୁ ଛୁରୀ ଦେଖାଇ ଧମକ ଦେଇଥିଲେ।

ଏସବୁ ଭିତରେ ପୁଲିସ୍‌କୁ ଲୋକମାନେ ଡାକିଥିଲେ। ପୁଲିସ୍‌ ଆସିବା ଭିତରେ ଦୁଇ ଭଉଣୀ ନିଜକୁ ସେମାନଙ୍କ ଫ୍ଲାଟ ମଧ୍ୟରେ ଦୀର୍ଘ ଘଣ୍ଟା ଧରି ଲକ କରି ରଖିଥିଲେ। ବାହାରକୁ ବାହାରିବା ପରେ ସେମାନେ କାରରେ ବସିଥିଲେ ଓ ସୋସାଇଟି ମଧ୍ୟରେ ଦ୍ରୁତଗତିରେ ଏହାକୁ ଚଳାଇଥିଲେ। ଫଳରେ ସୋସାଇଟି ଥିବା ଏକାଧିକ ଗାଡ଼ି କ୍ଷତି ଗ୍ରସ୍ତ ହୋଇଥିଲା। କିଛି ଲୋକ ମଧ୍ୟ ଆହତ ହୋଇଥିଲେ। ଖାଲି ସେତିକ ନୁହେଁ, ସେମାନେ ପୁଲିସ୍‌ ଗାଡ଼ିକୁ ଧକ୍କା ଦେଇଥିଲେ ଓ ସୋସାଇଟିର ବାରିୟର ଗେଟକୁ ମଧ୍ୟ ଭାଙ୍ଗି ଦେଇଥିଲେ।

ଏହାକୁ ଦେଖି ପୁଲିସ୍‌ ସେମାନଙ୍କ କାରକୁ ପିଛା କରିଥିଲା। ଏହି ସମୟରେ ଦୁଇ ଭଉଣୀଙ୍କ କାର ରାସ୍ତା କଡ଼ରେ ରହିଥିବା ଗୋଟିଏ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା। ତେବେ ପୁଲିସ୍‌ ନୋଏଡା ସେକ୍ଟର ୨୦ ନିକଟରେ ପୁଲିସ୍‌ ସେମାନଙ୍କୁ ଅଟକାଇବା ସହ ଗିରଫ କରିଛି।

ଭାବ୍ୟାଙ୍କ ବୟସ ୨୩ ଓ ଛାରଭିଙ୍କ ବୟସ ୨୧। ଉଭୟ ଗ୍ରାଜ୍ୟୁଏଟ। କିନ୍ତୁ କୌଣସି ଚାକିରି କରନ୍ତି ନାହିଁ। ସେମାନେ ଏଠାରେ ନିଜ ମା’ଙ୍କ ସହ ରୁହନ୍ତି। ମା’ କ୍ୟାନସରରେ ଆକ୍ରାନ୍ତ ହୋଇଥିବାରୁ ନିକଟସ୍ଥ ଧର୍ମଶିଳା ନାରାୟଣ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ଦୁଇ ଭଉଣୀଙ୍କ ବାପା ନୀରଜ ଜୈନ ଗୋଟିଏ ପ୍ରିଣ୍ଟିଂ ପ୍ରେସ ଚଳାନ୍ତି ଓ ସେ ପାହାଡ଼ଗଞ୍ଜରେ ରୁହନ୍ତି। ବାପାଙ୍କ ଦହ ଏମାନଙ୍କର କୌଣସି ପ୍ରକାରର ସମ୍ପର୍କ ନଥିବା ଜଣାପଡ଼ିଛି।

Delhi Apartment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe