Advertisment

ବିଶାଳ ହୋର୍ଡିଂ ଭୁଶୁଡ଼ିବା ମାମଲା, ତଦନ୍ତ କରିବ ଏସ୍ଆଇଟି

ମେ' ୧୩ ତାରିଖରେ ବିଶାଳକାୟ ହୋର୍ଡିଂଟି ଖସି ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ghatkopar Hording Collapse

ghatkopar Hording Collapse

Advertisment

ମୁମ୍ବାଇର ଘାଟକୋପର ଅଞ୍ଚଳରେ ଧୂଳିଝଡ଼ ଯୋଗୁ ଗଲା ସପ୍ତାହରେ ଏକ ବିଶାଳ ହେର୍ଡିଂ ଭୁଶୁଡିପଡିଥିଲା। ଏହାତଳେ ପ୍ରାୟ ୧୦୦ରୁ ଅଧିକ ଲୋକେ ଚାପି ହୋଇଯାଇଥିଲେ। ଦୁର୍ଘଟଣାରେ ଅନେକ ଲୋଙ୍କ ମୃତ୍ୟୁ ହୋଇଥିଲା। ଏବେ ଏହି ବିଶାଲ ହୋର୍ଡିଂ ଭୁଶୁଡିବା ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିଛି। ଏହି ମାମଲାର ଏବେ ଏସ୍‌ଆଇଟି ତଦନ୍ତ କରିବ।

Advertisment

ଏହି ଏସ୍‌ଆଇଟି ଟିମ୍‌ରେ ୬ ଜଣ ଅଧିକାରୀ ରହିବେ। ଡିସିପି ଡିଟେକ୍ସନ କ୍ରାଇମ ବ୍ରାଞ୍ଚ ବିଶାଳ ଠାକୁରଙ୍କ ତତ୍ତ୍ୱାବଧାନରେ ୟୁନିଟ୍ ୭ର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମହେଶ ତାୱଡେ ଦଳର ନେତୃତ୍ୱ ନେବେ।

ଗତ ସପ୍ତାହରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋ ମିଡିଆ ପ୍ରାଇଭେଟ ଲିଃର ମାଲିକ ଭାବେଶ ଭିଣ୍ଡେଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କ ଘରେ ଚଢ଼ାଉ କରିଥିଲା। ଏଠାରୁ ଉକ୍ତ ହେର୍ଡିଂ କନ୍‌ଷ୍ଟ୍ରକ୍ସନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୁଲିସ ହାତରେ ଲାଗିଥିଲା। ସେପଟେ ଏସ୍‌ଆଇଟି ଭିଣ୍ଡେଙ୍କ କମ୍ପାନୀରେ କାମ କରୁଥିବା କିଛି କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

Advertisment

ଅଭିଯୁକ୍ତ ଭିଡେ ପାଖରେ ଭିନ୍ନ ଭିନ୍ନ ବ୍ୟାଙ୍କରେ ୭ଟି ଆକାଉଣ୍ଟ ରହିଛି। ତେବେ ତାଙ୍କୁ ଏହି ବିଶାଳ ହୋର୍ଡିଂର କନ୍‌ଷ୍ଟ୍ରକସନ୍‌ କିଭଳି ମିଲିଳା ଓ ଏଥିରୁ ତାଙ୍କୁ କେତେ ଟଙ୍କା ଲାଭ ମିଳିଛି ସେ ନେଇ ପୁଲିସ ଯାଞ୍ଚ କରୁଛି।

ମେ' ୧୩ ତାରିଖରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ପୁଲିସ୍‌ ଗ୍ରାଉଣ୍ଡ ପେଟ୍ରୋଲ ପମ୍ପ ଉପରେ ଭୟଙ୍କର ଧୂଳିଝଡ଼ ଯୋଗୁ ବିଶାଳକାୟ ହୋର୍ଡିଂଟି ଖସି ପଡ଼ିଥିଲା। ଫଳରେ ଏହା ତଳେ ଥିବା ୧୦୦ ଅଧିକ ଲୋକ ଚାପି ହୋଇ ଯାଇଥିଲେ। ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ଆହତ ହୋଇଥିଲେ।

Mumbai Police SIT Investigation Ghatkopar Hording Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe