Advertisment

ମୁଖ୍ୟମନ୍ତ୍ରୀଙ୍କ ଘରେ ମାର୍‌ପିଟ୍‌ ମାମଲା, ଯାଞ୍ଚ କରିବ SIT

ଆଜି ଏସ୍‌ଆଇଟି ଗଠନ ପରେ ଟିମ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ତଥା ଏହି ସ୍ୱାତୀଙ୍କ ସହ କଥିତ ରୂପେ ମାର୍‌ପିଟ୍‌ କରିଥିବା ବିଭବ କୁମାରଙ୍କୁ ପଚରା ଉଚରା କରିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଅଦ୍ୟତନ ହୋଇଛି
Swati Maliwal Assault Case

Swati Maliwal Assault Case

Advertisment

ମୁଖ୍ୟମନ୍ତ୍ରୀଙ୍କ ଘରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଳଙ୍କୁ ମାର୍‌ପିଟ୍‌ ମାମଲାରେ ଦିନକୁ ଦିନ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ମାମଲାର ଏବେ ତଦନ୍ତ କରିବା ପାଇଁ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ୍‌ କରିଛି। ଏସ୍‌ଆଇଟ୍‌ ଏହି ପୂରା ମାମଲାର ଏବେ ଯାଞ୍ଚ କରିବ।

Advertisment

ଦିଲ୍ଲୀ ଉତ୍ତର ଜିଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲାଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କରାଯାଇଛି। ଏହି ମାମଲାର ସେ ନେତୃତ୍ୱ ନେବେ। ଏହା ବ୍ୟତୀତ ତିନିଜଣ ଇନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ଏସଆଇଟି ଟିମ୍‌ରେ ସାମିଲ ଅଛନ୍ତି।

ଆଜି ଏସ୍‌ଆଇଟି ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ତଥା ଏହି ସ୍ୱାତୀଙ୍କ ସହ କଥିତ ରୂପେ ମାର୍‌ପିଟ୍‌ କରିଥିବା ବିଭବ କୁମାରଙ୍କୁ ପଚରା ଉଚରା କରିଛି ଟିମ୍‌। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

Advertisment

ଏହା ବ୍ୟତୀତ ସିଏମ୍‌ଙ୍କ ସିକ୍ୟୁରିଟି ଗାର୍ଡଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ମୋବାଇଲ୍ ଭିଡିଓରେ ଦେଖାଯାଇଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଏସଆଇଟି ପଚରାଉଚରା କରିଛି। ପୁଲିସ ଟିମ୍ ଅଭିଯୁକ୍ତ ବିଭବ କୁମାରଙ୍କ ଘରେ ପହଞ୍ଚି ତଲାସି କରିବା ସହ ସେଠାରୁ କିଛି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଛି। ଏହା ବ୍ୟତୀତ ରବିବାର ସିଏମ ହାଉସରୁ ଜବତ ହୋଇଥିବା ସିସିଟିଭିର DVR ଯାଞ୍ଚ ପାଇଁ FSL କୁ ପଠାଯାଇଛି। 

କହିରଖୁ ଯେ, ସପ୍ତାହ ତଳେ ସାଂସଦ ସ୍ୱାତୀ ମାଲିଓ୍ୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପିଏସ୍‌ ବିଭବ କୁମାର ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

Arvind Kejriwal SIT Investigation Delhi Police Swati Maliwal Swati Maliwal Assault Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe