Advertisment

ଯୌନ ଉତ୍ପୀଡ଼ନ ମାମଲା: ବିଧାୟକ ବାପା ଓ ସାଂସଦ ପୁଅକୁ ନୋଟିସ୍‌ ଜାରି କଲା ଏସ୍‌ଆଇଟି

ଅଶ୍ଳୀଳ ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡି ପଳାଇଛନ୍ତି।

HD revanna-prajwal-revanna

HD revanna-prajwal-revanna

Advertisment

ଯୌନ ଉତ୍ପୀଡ଼ନ ଓ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବଢ଼ିବାରେ ଲାଗିଛି ଅଡୁଆ। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଥା ଏସ୍‌ଆଇଟି ଏହି ମାମଲାରେ ଜେଡିଏସ୍‌ ବିଧାୟକ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ତଥା ହାସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ନୋଟିସ ଜାରି କରିଛି। ସରକାରୀ ସୂତ୍ର ଏହି ସୂଚନା ମିଳିଛି।

Advertisment

ସୂତ୍ରରୁ ପ୍ରକାଶ ଯେ ଉଭୟଙ୍କୁ ନୋଟିସ୍‌ ଜାରି କରି ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ରେଭାନ୍ନାଙ୍କ ଘରେ କାମ କରୁଥିବା ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଏହାକୁ ଆଧାର କରି ରବିବାର ହାସନ ଜିଲ୍ଲାର ହୋଲେନାରାସିପୁରା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହି ବିଧାୟକ ବାପା ଓ ସାଂସଦ ପୁଅଙ୍କ ବିରୋଧରେ ଆଇପିସି ଧାରା 354A (ଯୌନ ଶୋଷଣ), 354D (ପିଛା କରିବା), 506 (ଧମକ ଦେବା) ଏବଂ 509 (ଜଣେ ମହିଳାଙ୍କ ଗାରିମାକୁ ଅପମାନିତ କରିବା) ଅନୁଯାୟୀ ମାମଲା ରୁଜୁ ହୋଇଛି।

କହିରଖୁ ଯେ, କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଠିକ୍‌ ଦୁଇ ଦିନ ପୂର୍ବରୁ ସୋଶାଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏଥିରେ ପ୍ରଜ୍ଜ୍ୱଳ ରେଭାନ୍ନା ଥିବା କୁହାଯାଇଥିଲା। ସେ ଶତାଧିକ ମହିଳାମାନଙ୍କୁ ଯୌନ ଶୋଷଣ କରିବା ସହ ଏହାର ଭିଡିଓ କ୍ଲିପ୍‌ ତିଆରି କରି ସେମାନଙ୍କୁ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏହାପରେ ଏହି ମାମଲାର ଯାଞ୍ଚ ପାଇଁ କର୍ଣ୍ଣାଟକ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। 

Advertisment

ଅଶ୍ଳୀଳ ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡି ପଳାଇଛନ୍ତି। ସେ କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ସେ ବିଦେଶକୁ ଚାଲିଯାଇଛନ୍ତି। ପ୍ରଜ୍ଜ୍ୱଳ ହାସନ ଲୋକସଭା ଆସନରେ ବିଜେପି-ଜେଡିଏସ୍‌ ମେଣ୍ଟର ପ୍ରାର୍ଥୀ ଅଟନ୍ତି।

SIT Investigation HD Revanna Prajwal Revanna Sex Scandal Prajwal Revanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe