Advertisment

ବଦଳୁଛି ଅଯୋଧ୍ୟା: ରାଜା ସାହେବ କହିଲେ- ମା’ ସୀତା ତାଙ୍କ ଅଭିଶାପ ଉଠାଇ ନେଇଛନ୍ତି

କିଛି ବର୍ଷ ତଳେ ଅଯୋଧ୍ୟାରେ କୌଣସି ଭଲ ହୋଟେଲ ନଥିଲା। କିନ୍ତୁ ଏଠାରେ ଏବେ ପଞ୍ଚତରକା ହୋଟେଲ ନିର୍ମାଣ ପାଇଁ ୧୦୦ରୁ ଅଧିକ ଆବେଦନ ପ୍ରଶାସନ ନିକଟରେ ପହଞ୍ଚିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Ayodhya

Ayodhya

ଆଉ କିଛି ଦିନ ପରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ। ୨୨ ତାରିଖରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ପୂରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଛି।

Advertisment

କିଛି ବର୍ଷ ତଳେ ଅଯୋଧ୍ୟାରେ କୌଣସି ଭଲ ହୋଟେଲ ନଥିଲା। କିନ୍ତୁ ଏଠାରେ ଏବେ ପଞ୍ଚତରକା ହୋଟେଲ ନିର୍ମାଣ ପାଇଁ ୧୦୦ରୁ ଅଧିକ ଆବେଦନ ପ୍ରଶାସନ ନିକଟରେ ପହଞ୍ଚିଛି। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂରା ଅଯୋଧ୍ୟାକୁ ନୂଆ ରୂପ ଦିଆଯାଉଛି ବୋଲି ଅଯୋଧ୍ୟାର ରାଜା ଭାବେ ପରିଚିତ ବ୍ୟକ୍ତି ସୂଚନା ଦେଇଛନ୍ତି।

ଅଯୋଧ୍ୟା ରାଜ ପରିବାରର ସଦସ୍ୟ ହେଉଛନ୍ତି ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା। ସେ ସହରରେ ରାଜା ସାହେବ ଭାବେ ପରିଚିତ। ଶ୍ରୀ ମିଶ୍ରା ରାମ ଜନ୍ମଭୂମି ଅଭିଯାନରେ ଆରମ୍ଭରୁ ରହିଛନ୍ତି। ସେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ। ଏହି ଟ୍ରଷ୍ଟ ଅଧୀନରେ ହିଁ ଭବ୍ୟ ରାମ ମନ୍ଦିରର ନିର୍ମାଣ କାମ ଚାଲିଛି।

Advertisment

ବିମଳେନ୍ଦ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟ ପରଠାରୁ ଅଯୋଧ୍ୟାରେ ଉତ୍ସବର ମାହୋଲ ଦେଖାଯାଇଛି। ଏଠାରେ ଅସ୍ଥାୟୀ ମନ୍ଦିର ନିର୍ମାଣ ହୋଇଥିଲା। ଛୁଟି ଦିନ, ମଙ୍ଗଳବାର ଓ ଉତ୍ସବ ବେଳେ ଏଠାରେ ପ୍ରବଳ ଭିଡ଼ ହୁଏ। କଥାବାର୍ଥା ହେବାକୁ ମଧ୍ୟ ସ୍ଥାନ ନଥାଏ।

ଅଯୋଧ୍ୟାରେ ରହିବା ପାଇଁ ଭଲ ହୋଟେଲ ନଥିଲା। କିନ୍ତୁ ଏବେ ପଞ୍ଚ ତାରକା ହୋଟେଲ ତିଆରି ପାଇଁ ୧୦୦ରୁ ଅଧିକ ଆବେଦନ ପ୍ରଶାସନ ପାଖରେ ପହଞ୍ଚିଥିବା ଜିଲ୍ଲା ମାଜିଷ୍ଟ୍ରେଟ ମୋତେ କହିଛନ୍ତି।”

ତାଙ୍କ କହିବା କଥା ଯେ ଅଯୋଧ୍ୟାକୁ ଗୋଟିଏ ସ୍ମାଟ ସହର ଭାବେ ନିର୍ମାଣ କରାଯାଉଛି। ସେ କହିଛନ୍ତି, “୫ ବର୍ଷ ମଧ୍ୟରେ ଲୋକମାନେ କେବଳ ଦର୍ଶନ ପାଇଁ ଆସିବେ ନାହିଁ। ସେମାନେ ସହରର ସୌଦ୍ଦର୍ଯ୍ୟକୁ ଉପଭୋଗ କରିବାକୁ ମଧ୍ୟ ଆସିବେ। ଅଯୋଧ୍ୟା ପୂରା ଦେଶରେ ପବିତ୍ର ସହରର ଆଖ୍ୟା ପାଇବ।”

ଜାନୁଆରୀ ୨୨ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାର ରୂପାନ୍ତୀକରଣ କରାଯାଉଛି। ସହରକୁ ଗୋଟିଏ ଏୟାରପୋର୍ଟ ମିଳିବାକୁ ଯାଉଥିବା ବେଳେ ରେଳ ଷ୍ଟେସନର ନବୀକରଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ଷ୍ଟେସନରେ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ଅଯୋଧ୍ୟା ଜଙ୍କସନର ନାଁକୁ ଅଯୋଧ୍ୟା ଧାମ ଜଙ୍କସନ କରାଯାଇଛି। 

ଅଯୋଧ୍ୟାରେ ବିକାଶ ଚାଲିଥିବାରୁ ମିଶ୍ରା କହିଛନ୍ତି, “ବିକାଶକୁ ଦେଖିଲେ ଲାଗୁଛି ଯେ ମା’ ସୀତା ତାଙ୍କ ଅଭିଶାପକୁ ପ୍ରତ୍ୟାହାର କରି ନେଇଛନ୍ତି।”

କୁହାଯାଏ ଯେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ସନ୍ଦେହ କରି ଅଯୋଧ୍ୟାରୁ ବାହାର କରି ଦେଇଥିଲେ ସେତେବେଳେ ସେ ପୂରା ସହରକୁ ଅଭିଶାପ ଦେଇଥିଲେ।

ଏହି ଅଭିଶାପ ଯୋଗୁ ସହରର ବିକାଶ ଦ୍ରୁତ ଗତିରେ ହୋଇପାରୁ ନଥିଲା ବୋଲି ଅନେକ ମତ ରଖନ୍ତି। ଏବେ ଅଯୋଧ୍ୟା ବଦଳରୁ ଥିବାରୁ ଶ୍ରୀ ମିଶ୍ରା ଏପରି କହିଛନ୍ତି।

Ayodhya Ram Mandir Ram Mandir