Advertisment

ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

୭୨ ବର୍ଷୀୟ ୟେଚୁରୀଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

CPM

CPM

Advertisment

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ ଏମ୍ସରେ ଚାଲିଛି। ସେ ନିଜେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନାହାନ୍ତି। ତେଣୁ ତାଙ୍କୁ ମେସିନ ଦ୍ୱାରା ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଉଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୭୨ ବର୍ଷୀୟ ୟେଚୁରୀଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏବେ ବି ତାଙ୍କର ଚିକିତ୍ସା ଚାଲିଛି। ତେବେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରହିଛି। ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ଦଳ ପକ୍ଷରୁ କୁହାଯାଇଛି।

ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ଓ ଏବେ ଶ୍ୱାସକ୍ରିୟା ମେସିନ ଦ୍ୱାରା ତାଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା।

Advertisment

ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ବରିଷ୍ଠ ସଦସ୍ୟ। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

CPM Sitaram Yechury
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe