Advertisment

ଅର୍ଥମନ୍ତ୍ରୀଙ୍କ ଶାଢ଼ୀରେ ଐତିହ୍ୟର ଛାପ; ସାମିଲ ହୋଇଛି ବ୍ରହ୍ମପୁର ପାଟ

ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣ କେଉଁ ବର୍ଷ ଓଡ଼ିଶାର ବମକାଇ ପାଟ ପିନ୍ଧିଥିଲେ, ଜାଣନ୍ତୁ।

ଅଦ୍ୟତନ ହୋଇଛି
Nirmala Sitharaman

Nirmala Sitharaman

Advertisment

ନାଲି, ନୀଳ, ଗୋଲାପୀ, ହଳଦୀ, ବାଦାମୀ ଏବଂ ମ୍ୟାଜେଣ୍ଟା ବୋର୍ଡର ସହ ଧଳା ଶାଢ଼ୀ, ଏ ଶାଢ଼ୀ ତାଲିକା କେଉଁ ବଲିଉଡ ହିରୋଇନଙ୍କର ନୁହେଁ, ବରଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର। ଅର୍ଥମନ୍ତ୍ରୀ ଭାବେ ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା।

Advertisment

ଚର୍ଚ୍ଚା ଏଥିପାଇଁ ଯେ, କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ସେ ପରିଧାନ କରି ଆସୁଥିବା ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଛାପ ରହିଥାଏ। ଏହା ସାଙ୍ଗକୁ ସେହି ବର୍ଷରେ ଉପସ୍ଥାପିତ ହୋଇଥିବା ବଜେଟ ବାବଦରେ ସାମାନ୍ୟ ସଙ୍କେତ ମିଳିଥାଏ। ତେବେ ଚଳିତ ବର୍ଷ ବଜେଟରେ ସୀତାରମଣ କେଉଁ ରାଜ୍ୟର ଶାଢ଼ୀ ପିନ୍ଧିଛନ୍ତି ଏବଂ ପୂର୍ବରୁ ତାଙ୍କ ଶାଢ଼ୀର ବିଶେଷତା କ'ଣ ଥିଲା, ଜାଣନ୍ତୁ...

୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମ୍ୟାଜେଣ୍ଟା ବୋର୍ଡର ଥିବା ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀ ଆନ୍ଧ୍ର ପ୍ରଦେଶର, ଯାହାର ନାମ ମଙ୍ଗଳାଗିରି। 

Advertisment

ଏଥର ବଜେଟରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ଆର୍ଥିକ ସହାୟତା ମିଳିଛି। ଏହାର ରାଜଧାନୀର ବିକାଶ ପାଇଁ ସ୍ୱତନ୍ତ୍ର ୧୫ ହଜାର କୋଟି ଟଙ୍କା ସାଙ୍ଗକୁ ପୋଲାଭରମ ଜଳସେଚନ ପ୍ରକଳ୍ପ ଏବଂ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ଅର୍ଥମନ୍ତ୍ରୀ ସେହି ରାଜ୍ୟର ପ୍ରସିଦ୍ଧ ମଙ୍ଗଳାଗିରି ହାତ ବୁଣା ଶାଢ଼ୀ ପିନ୍ଧିଥିବା କୁହାଯାଉଛି। 

ଏହାପୂର୍ବରୁ ଫେବୃଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ ସମୟରେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଶାଢ଼ୀ ପଶ୍ଚିମବଙ୍ଗର କାଂଥା ଷ୍ଟିଚ୍ ଶାଢ଼ୀ। ଏଥିରେ ହୋଇଥିବା ଏମ୍ବ୍ରୋଡୋରୀ କାମ ସର୍ବ ପୁରାତନ ଏବଂ ପଶ୍ଚିମବଙ୍ଗର କଳାର ଛାପ ରହିଥିଲା। 

ବଜେଟ ସହ ମଧ୍ୟ ଏହି ଶାଢ଼ୀର ସାମଞ୍ଜସ୍ୟ ଥିବା କୁହାଯାଏ। ଏହି ବଜେଟରେ ସରକାର ଜଳଚର ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ଭାରତର ମତ୍ସ୍ୟ କ୍ଷେତ୍ର ଓ ଅର୍ଥନୀତିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲେ, ଯାହା ନୀଳ ରଙ୍ଗର ଶାଢ଼ୀ ସହ ସାମଞ୍ଜସ୍ୟ ରଖିଥିଲା ବୋଲି କୁହାଯାଏ।

୨୦୨୩ରେ ଅର୍ଥମନ୍ତ୍ରୀ ବୋର୍ଡରରେ ମନ୍ଦିର ଡିଜାଇନ ହୋଇଥିବା ଲାଲ ରଙ୍ଗର ହାତ ବୁଣା ଶାଢ଼ୀ ପିନ୍ଧିଥିଲେ। ଏହା କର୍ଣ୍ଣାଟକ ଧରୱାଡ ଅଞ୍ଚଳର ଇଲକାଲ ରେଶମ ଶାଢ଼ୀ, ଯେଉଁଥିରେ କସୁଟି କାମ ହୋଇଥିଲା। ଅର୍ଥମନ୍ତ୍ରୀ ସୀତାରମଣ ହେଉଛନ୍ତି କର୍ଣ୍ଣାଟକର ଜଣେ ରାଜ୍ୟସଭା ସାଂସଦ। ସେ ଧରୱାଡ ଅଞ୍ଚଳର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଶାଢ଼ୀ ପିନ୍ଧିଥିବା କୁହାଯାଏ।

୨୦୨୨ରେ ସୀତାରମଣ ବଜେଟ୍ ଉପସ୍ଥାପନ କରିବା ସମୟରେ ଏକ ବାଦାମୀ ବମକାଇ ପାଟ ଶାଢ଼ୀ ପିନ୍ଧିଥିଲେ, ଯାହା ଓଡ଼ିଶା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାଟ। ୨୦୨୧ରେ ତେଲାଙ୍ଗାନାର ପୋଚାମ୍ପାଲି ଗାଁର ଏକ ଅଫ୍-ହ୍ୱାଇଟ୍ ପୋଚାମ୍ପାଲି ଶାଢ଼ୀ ପିନ୍ଧିଥିଲେ।

୨୦୨୦ରେ ହଳଦିଆ ରେଶମ ଶାଢ଼ୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ। ହଳଦୀକୁ ସମୃଦ୍ଧର ପ୍ରତୀକ ଭାବେ ବିବେଚନା କରାଯାଏ। ୨୦୧୯ରେ ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ ସମୟରେ ଗୋଲାପୀ ରଙ୍ଗର ସୁନେଲି ବୋର୍ଡର ଥିବା ଶାଢ଼ୀ ପିନ୍ଧିଥିଲେ।ଏଥିରେ ମଙ୍ଗଳାଗିରି କାମ ହୋଇଥିଲା। 

Nirmala Sitharaman Union Budget Budget2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe