Advertisment

ମିଳିଲାନି ଲୋକସଭା ଟିକେଟ: ବିଷ ପିଇଦେଲେ ଏମ୍‌ପି

ଏ. ଗଣେଶମୂର୍ତ୍ତି MDMK (Marumalarchi Dravida Munnetra Kazhagam) ଦଳର ଏମ୍‌ପି ଅଛନ୍ତି। ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

a-ganeshamoorthy-

a-ganeshamoorthy

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ତାଲିକା ଘୋଷଣା। ଏହାକୁ ନେଇ ଦେଖାଦେଲାଣି ରାଜନୈତିକ ହଟଚମଟ। ଇତି ମଧ୍ୟରେ ଲୋକସଭା ଟିକେଟ ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିବା ଜଣେ ଏମ୍‌ପି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁରେ ଘଟିଥିବା ବେଳେ ଏମ୍‌ପିଜଣକ ହେଲେ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି। ଏ. ଗଣେଶମୂର୍ତ୍ତି  ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। 

Advertisment

ଏ. ଗଣେଶମୂର୍ତ୍ତି MDMK (Marumalarchi Dravida Munnetra Kazhagam) ଦଳର ଏମ୍‌ପି ଅଛନ୍ତି। ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ। ଏହାକୁ ନେଇ ଗତ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିବା ଏ. ଗଣେଶମୂର୍ତ୍ତି ରବିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ସେ ପାଣିରେ କୀଟନାଶକ ମିଶାଇ ପିଇ ଦେଇଥିଲେ। ଏହାପରେ ତାଙ୍କ ଅବସ୍ଥା ବିଗିଡ଼ିଥିବା ବେଳେ ବିଷ ପିଇ ଦେଇଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କୋଏମ୍ବଟୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସେଠାରେ ଆଇସିୟୁରେ ଏ. ଗଣେଶମୂର୍ତ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଏ. ଗଣେଶମୂର୍ତ୍ତିଙ୍କୁ ଚଳିତ ଥର ଟିକେଟ ମିଳି ନ ଥିବାରୁ ସେ କିଛି ଦିନ ହେବ ଅବସାଦରେ ରହୁଥିଲେ। ତେଣୁ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe