Advertisment

ମଣିପୁର ସ୍ଥିତି: ଜମିକୁ ଫେରିବେ ଚାଷୀ, ଜଗିବ ପୁଲିସ୍‌

ଏବେ ରାଜ୍ୟର ବିଭିନ୍ନ ସ୍କୁଲ ଆଶିଂକ ଖୋଲି ସାରିଥିବା ବେଳେ କୃଷି ଗତିବିଧିରେ ନିୟୋଜିତ ଥିବା କୃଷକଙ୍କୁ ବି ଚାଷ ଜମିକୁ ଫେରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ଓ ପୁଲିସ୍‌ ଜଗିବ ବୋଲି ମିଳିଛି ପ୍ରତିଶ୍ରୁତି ।

Manipur

Manipur

Advertisment

ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟର ସଂଘର୍ଷ ଯୋଗୁ ପ୍ରାୟ ୨ ମାସ ଧରି ମଣିପୁର ଜଳିବା ପରେ ଏବେ ଧୀରେ ଧୀରେ ଟ୍ରାକ୍‌କୁ ଫେରିବା ଆରମ୍ଭ କରିଛି। ଦୀର୍ଘ ଦିନ ଧରି ରାଜ୍ୟରେ ସୃଷ୍ଟି ହୋଇଥିବା ଅଶାନ୍ତି ପରିବେଶ ଧୀରେ ଧୀରେ ସୁଧୁରିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସାଧାରଣ ଜୀବନଯାତ୍ରାକୁ ଟ୍ରାକ୍‌କୁ ଫେରାଇବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି।

Advertisment

ଦୀର୍ଘ ଦୁଇ ମାସ ଧରି ହିଂସାତ୍ମକ ଘଟଣା ଯୋଗୁ ସ୍କୁଲ ବନ୍ଦ ହୋଇ ଯାଇଥିବା ବେଳେ ଚାଷୀମାନେ ବିଲକୁ ଯିବା ସମ୍ଭବ ହୋଇ ପାରି ନ ଥିଲା। ଫଳରେ ପାଠପଢ଼ା ସହ ଚାଷ କାର୍ଯ୍ୟ ବି ଠପ୍‌ ହୋଇ ଯାଇଥିଲା। ଏବେ ପୁଣି ଥରେ ଏହାକୁ ଟ୍ରାକ୍‌କୁ ଫେରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ ।

ଏବେ ରାଜ୍ୟର ବିଭିନ୍ନ ସ୍କୁଲ ଆଶିଂକ ଖୋଲି ସାରିଥିବା ବେଳେ କୃଷି ଗତିବିଧିରେ ନିୟୋଜିତ ଥିବା କୃଷକଙ୍କୁ ବି ଚାଷ ଜମିକୁ ଫେରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ଓ ପୁଲିସ୍‌ ଜଗିବ ବୋଲି ମିଳିଛି ପ୍ରତିଶ୍ରୁତି । ଏଥିନିମନ୍ତେ ରାଜ୍ୟରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଚାଷୀଙ୍କ ସୁରକ୍ଷାରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ରାଜ୍ୟ ପୁଲିସ୍‌ କୃଷକଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଫଳରେ ରାଜ୍ୟରେ ପୁଣି ଥରେ ଚାଷ ଆରମ୍ଭ ସମୟରେ ଯେପରି ୨ ଗୋଷ୍ଠୀ ପୁଣି ଥରେ ମୁହାଁମୁହିଁ ନ ହୁଅନ୍ତି ସେ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟରେ ଚାଲୁଥିବା ହିଂସାତ୍ମକ ଘଟଣା ଯୋଗୁ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ। ଏହା ମଧ୍ୟରେ ଜମିରେ ବିହଣ ବୁଣା ସମୟ ସରିବାକୁ ବସିଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିନିମନ୍ତେ କୃଷି କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ ପୁଲିସ୍‌। ହେଲେ ନିଜ ଚାଷ ଜମିକୁ ବାହାରିବା ପୂର୍ବରୁ ଏ ନେଇ ଚାଷୀଙ୍କୁ ନିଜ ନିକଟସ୍ଥ ପୁଲିସ୍‌ ଷ୍ଟେଶନକୁ ଅବଗତ କରିବାକୁ ପଡ଼ିବ ।

ଚାଷୀଙ୍କ ନିକଟରେ ନିଜସ୍ୱ ସୁରକ୍ଷା ସରଞ୍ଜାମ ନ ଥିଲେ ସେମାନଙ୍କୁ ଜମିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଚାଷୀଙ୍କ ସୁରକ୍ଷାରେ ନିୟୋଜିତ ହେବା ନିମନ୍ତେ ରାଜ୍ୟର ଅନ୍ୟ ସ୍ଥାନରେ ନିୟୋଜିତ ଥିବା ଅର୍ଦ୍ଧ ସାମରିକ ସୁରକ୍ଷା କର୍ମୀଙ୍କ ସଂଖ୍ୟା ମଧ୍ୟ କମା ଯାଇଥିବା ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟ ପୁଲିସ୍‌ ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବାହିନୀ ଚୁରାଚନ୍ଦପୁର ଜିଲ୍ଲା, ବିଷ୍ଣୁପୁର ଜିଲ୍ଲା ଓ କାଙ୍ଗପୋକପି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ସମେତ ବର୍ଡର ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe