/odisha-reporter/media/media_files/2026/03/02/pm-modi-2026-03-02-14-18-54.jpg)
ପ୍ରଧାନମନ୍ତ୍ରୀ ମୋଦି
ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟପ୍ରାଜ୍ୟ ଓ ପଶ୍ଚିତ ଏସିଆରେ ମହାଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଘନଘନ ମିସାଇଲ ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ମଧ୍ୟପ୍ରାଚ୍ୟ(Middle East) ଅଶାନ୍ତ ରହିଛି।
ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଥମଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସବୁ ପକ୍ଷକୁ ଶାନ୍ତି ପାଇଁ ଅପିଲ କରିବା ସହ କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଶ୍ୱସ୍ତରରେ ଜାରି ରହିଥିବା ଅନେକ ବିବାଦକୁ ଭାରତର ଆଭିମୁଖ୍ୟ ପୂରା ସ୍ପଷ୍ଟ। ନୂଆଦିଲ୍ଲୀ ନିୟମିତ ଭରବେ ସ୍ଥିରତା ଓ ଶାନ୍ତି ପାଇଁ ସମସ୍ତଙ୍କୁ ନିବେଦନ କରି ଚାଲିଥିବା ସେ କହିଛନ୍ତି। ତାଙ୍କ କହିବା କଥା ଯେ ଯେତେବେଳେ ଦୁଇଟି ଗଣତାନ୍ତ୍ରିକ ଦେଶ ଏକାସାଙ୍ଗରେ ଛିଡ଼ା ହୁଅନ୍ତି ସେତେବେଳେ ଶାନ୍ତି ପାଇଁ ସେମାନଙ୍କ ସାମୂହିକ ସ୍ୱର ଆହୁରି ମଜବୁତ ହୋଇଯାଇ ଥାଏ।
କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ବେଳେ ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଏପରି କହିଛନ୍ତି। ସେ କହିଛନ୍ତି, “ପଶ୍ଚିମ ଏସିଆରେ ବର୍ତ୍ତମାନ ସୃଷ୍ଟି ହୋଇଥି ସ୍ଥିତି ଆମ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ଭାରତ ସମସ୍ତ ବିବାଦକୁ ସମାଧାନ ପାଇଁ ଆଲୋଚନା ଓ କୂଟନୀତିକ ବୁଝାମଣାକୁ ସମର୍ଥନ କରୁଛି।
ଭାରତ ସବୁବେଳେ ଏପରି ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛି। ବିବାଦୀୟ କ୍ଷେତ୍ରରେ ଫସିଥିବା ପ୍ରତିଟି ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଭାରତ ସବୁ ଦେଶ ସହ ମିଳିତ ଭାବେ କାମ କରିବା ଜାରି ରଖିବ।”
ଶନିବାର ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ। ଏଥିରେ ଇରାନ ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ସମେତ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ଇରାନ ରକ୍ତମୁଖା ହୋଇ ଉଠିଛି। ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକା ସେନା ଠିକଣା ଉପରେ ଆକ୍ରମଣ କରାଯାଉଛି। ଏହାକୁ ନେଇ ପୂରା ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
