Advertisment

କାର୍‌କୁ ଧକ୍କା ଦେବା ପରେ ଲୋକଙ୍କୁ ଦଳି ଦେଳା ଟ୍ରକ୍‌, ୬ ମୃତ

ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ କାର୍‌କୁ ଧକ୍କା ଦେବା ପରେ ରାସ୍ତାରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ମାଡ଼ି ଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Truck accident

Truck accident

ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ କାର୍‌କୁ ଧକ୍କା ଦେବା ପରେ ରାସ୍ତାରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ମାଡ଼ି ଯାଇଛି। ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୭ ଜଣ ଆହତ ହୋଇଛନ୍ତି।

Advertisment

ଏହାବାଦ ଟ୍ରକ୍‌ଟି ପ୍ରଥମେ ଧକ୍କା ଦେଇଥିବା କାର୍‌ ୪ରୁ ୫ ଜଣ ଲୋକ ଥିଲେ। ସେମାନେ ଗାଡ଼ି ମଧ୍ୟରେ ଚାପି ହୋଇ ରହି ଯାଇଛନ୍ତି। ଟ୍ରକ୍‌ ତଳେ କାର୍‌ଟି ରହି ଯାଉଥିବାରୁ ଏହା ମଧ୍ୟରେ ଥିବା ଲୋକମାନେ ବାହାରି ପାରୁ ନାହାନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ଲୋକ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ପୁଲିସ୍‌ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ହସ୍ପିଟାଲ ପଠାଇଛି। ସେହିପରି ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଟ୍ରାଫିକ ସମସ୍ୟା ଦେଖାଯାଇଥିବାରୁ ଏହାକୁ କ୍ଲିୟର କରିବାରେ ପୁଲିସ୍‌ ଟିମ ଲାଗିଛନ୍ତି। ସହକାରୀ ଏସ୍‌ପି ଶଶି ଶେଖର ସିଂହ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

Advertisment
Accident Road Accident Truck