Advertisment

ଆନ୍ଧ୍ରରେ ମର୍ମନ୍ତୁଦ ଦୁର୍ଘଟଣା; ଧକ୍କା ହୋଇ ବସ୍‌-ଟ୍ରକ୍‌ ଜଳିଗଲା, ୬ ଜୀବନ୍ତ ଦଗ୍ଧ

ଉଭୟ, ବସ୍‌ ଟ୍ରକ୍‌ ଆଖି ପିଛୁଳାକେ ଜଳି ଯାଇଛନ୍ତି। ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୩୨ ଯାତ୍ରୀ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।   ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଦେଖୁଦେଖୁଭୟ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। 

Advertisment

ବାପଟଲାରୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୪୨ ଯାତ୍ରୀଙ୍କୁ ଧରି ଏକ ବସ୍‌ ଯାଉଥିଲା। ହାଇଦ୍ରାବାଦ- ବିଜୟୱାଡା ହାଇୱେ ଉପରେ ଚିଲକଲୁରିପେଟ ନିକଟରେ  ଏକ ଟ୍ରକ୍‌ ସହ ବସ୍‌ର ଖୁବ୍‌ ଜୋରରେ ଧକ୍କା ହୋଇଥିଲା। ଏହାପରେ ଉଭୟ, ବସ୍‌ ଟ୍ରକ୍‌ ଆଖି ପିଛୁଳାକେ ଜଳି ଯାଇଛନ୍ତି। ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୩୨ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବହୁ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା।

ଦୁର୍ଘଟଣା ସମୟରେ ବସ୍‌ରେ ୪୨ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବସ୍‌ ଓ ଟ୍ରାକ୍‌ ଡାଇଭରଙ୍କ ସମେତ ଆଉ ୪ ଯାତ୍ରୀ ଜଳି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ଜଣେ ୮ ବର୍ଷୀୟ ନାବାଳକ ଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୩୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Andhra Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe