Advertisment

ବର୍ଷାରେ ବେହାଲ ଦିଲ୍ଲୀ, ୪ ପିଲାଙ୍କ ସମେତ ୬ ମୃତ

ମୌସୁମୀ ବର୍ଷା ଦିଲ୍ଲୀରେ ତାଣ୍ଡବ ରଚିଛି। ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଛି ଜୁନ୍‌ ମାସର ବର୍ଷା। ବିଭିନ୍ନ ସ୍ଥାନରେ ପାଣି ଜମି ଯିବା ଯୋଗୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ନାହିଁ ନଥିବା ଅସୁବୁଧାର ସମ୍ମୁଖୀନ ହୋଇଛନ୍ତି।

Delhi Rain

Delhi Rain

Advertisment

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଚାରିଆଡେ କେବଳ ପାଣି ଆଉ ପାଣି। ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା ପାଣି ଏବେ ପାଲଟିଛି ମରଣଯନ୍ତା। ଲୋକଙ୍କ ନେଉଛି ଜୀବନ। ବର୍ଷା ପାଣିରେ ଭାସିଯାଇ ଅଲଗା ଅଲଗା ସ୍ଥାନରେ ୪ ଛୋଟ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଦିଲ୍ଲୀର ଓଖଲା ଅଣ୍ଡରପାସ୍‌ରେ ପାର୍ଣି ଭର୍ତ୍ତି ହୋଇଯିବାରୁ ଏଥିରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ଶନିବାର ଅପରାହ୍ନ ଉତ୍ତର ଦିଲ୍ଲୀର ସମୟପୁର ବଦଳି ଅଞ୍ଚଳରେ ଦୁଇ ଜଣ ଛୋଟ ପିଲା ବର୍ଷା ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି। ଏଠାରେ ଦୁଇରୁ ୩ ଫୁଟ୍‌ ଉଚ୍ଚର ପାଣି ଜମି ରହିଥିଲା।

ଶୁକ୍ରବାର ମଧ୍ୟ ଦୁଇ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଖେଳୁଥିବା ବେଳେ ଏମାନେ ପାଣିରେ ବୁଡ଼ି ଯାଇଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ସେହିପରି ଉତ୍ତର ପୂର୍ବ ଦିଲ୍ଲୀର ସାଲିମାର ବାଗ୍‌ ଅଞ୍ଚଳରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଉକ୍ତ ୨୦ ବର୍ଷୀୟ ଯୁବକ ଜଣକ ଆଜାଦପୁର ଗୋଦାମରେ କାମ କରୁଥିଲେ।

Advertisment

ଗତ କିଛି ଦିନ ହେବ ଗରମ ଓ ଗୁଳୁଗୁଳି ଓ ପାଣି ପାଇଁ ଛଟପଟ ହେଉଥିବା ଦିଲ୍ଲୀବାସୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିଛି ସତ ହେଲେ ମୌସୁମୀ ବର୍ଷା ଏଠାରେ ତାଣ୍ଡବ ରଚିଛି। ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଛି ଜୁନ୍‌ ମାସର ବର୍ଷା। ବିଭିନ୍ନ ସ୍ଥାନରେ ପାଣି ଜମି ଯିବା ଯୋଗୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ନାହିଁ ନଥିବା ଅସୁବୁଧାର ସମ୍ମୁଖୀନ ହୋଇଛନ୍ତି।

Delhi Rain Heavy Rain Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe