/odisha-reporter/media/post_attachments/uploadimage/library/16_9/16_9_0/IMAGE_1674289091.jpg)
ଜମ୍ମୁରେ ସିରିଜ ବିସ୍ଫୋରଣ, ୬ ଆହତ
ସିରିଜ ବିସ୍ଫୋରଣରେ ଦୋହଲିଲା ଘାଟି। ଆଜି ସକାଳୁ ଜମ୍ମୁ ରେଲୱେ ଷ୍ଟେସନ ନିକଟସ୍ଥ ନରୱାଲ ଅଞ୍ଚଳରେ ଲଗାତର ଦୁଇଟି ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ପୁଲିସ ସୂଚନା ମୁତାବକ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତା’ର ଆଖପାଖ ଅଞ୍ଚଳରେ ଅନେକ କବାଡି ଦୋକାନ ରହିଛି। ପ୍ରାଥମିକ ତଦନ୍ତରୁ ଏହି କବାଡି ଦୋକାନରୁ ବିସ୍ଫୋରଣ ହୋଇଥିବା ପୁଲିସ ଅନୁମାନ କରିଛି।
ବିସ୍ଫୋରଣ ପରେ ପୁଲିସ ଘଟଣା ସ୍ଥଳକୁ ଘେରାବନ୍ଦୀ କରି ରଖିଛି। ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ଆହାତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ପୁରୁଣା ଗାଡି ଭିତରେ ଆଇଡି ଲଗାଇ ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରରେ ପ୍ରବେଶ କରିସାରିଛି। ଏଥିପାଇଁ ପୂରା ଅଞ୍ଚଳରେ ଆଲର୍ଟ କରାଯାଇଛି। ଏପରିକି ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଯାତ୍ରା ବେଳେ ପାଦରେ ନଚାଲି କାର୍ରେ ଯାତ୍ରା କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
