ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଡମ୍ପରକୁ ପିଟିଲା ଯାତ୍ରୀବାହି ବସ୍। ଚାଲିଗଲା ୯ ଜଣଙ୍କ ଜୀବନ। ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶରେ ଘଟିଛି ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା।
ଉତ୍ତରପ୍ରଦେଶରୁ ନାଗପୁର ଅଭିମୁଖେ ଯାଉଥିବା ଏକ ଲଗ୍ଜୁରୀ ଯାତ୍ରୀବାହି ବସ୍ ଡମ୍ପର ସହ ଧକ୍କା ହୋଇଛି। ଆଜି ଭୋରୁ ମହିଆର ଜିଲ୍ଲାର ନାଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଆଭା ଟ୍ରାଭେଲ୍ସର ଏହି ଲଗ୍ଜୁରୀ ବସ୍ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ରହିଥିବା ଏକ ପଥର ଲୋଡ୍ ଡମ୍ପରକୁ ପଛପଟୁ ଧକ୍କା ଦେଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ୨୦ ଜଣ ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
#WATCH | Madhya Pradesh: On collision of a bus and dumper in the Maihar District, Maihar SP Sudhir Agarwal says, "In this accident, 17-20 injured have been admitted to different hospitals... 6 people have lost their lives. The bus was going from Prayagraj to Nagpur... The… pic.twitter.com/XhzyH4w17L
— ANI (@ANI) September 29, 2024
ମହିଆର୍ ଏସପି ସୁଧୀର ଅଗ୍ରୱାଲ କହିଛନ୍ତି ଯେ, ଦୁର୍ଘଟଣାରେ ୧୯ରୁ ୨୦ ଲୋକ ଆହତ ହୋଇଛନ୍ତି। ସେହିପରି ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି। ବସ୍ଟି ପ୍ରୟାଗରାଜରୁ ନାଗପୁର ଯାଉଥିଲା। ତେବେ ଦ୍ରୁତ ଗତିରେ ଅସି ଡମ୍ପରକୁ ଧକ୍କା ଦେବାକୁ ଏହି ଦୁର୍ଘଟଣା ଘଟିଛି। ଧକ୍କା ହେତୁ ବସର ଆଗ ଭାଗ ନଷ୍ଟ ହୋଇଯାଇଛି। ବସ୍ ଡ୍ରାଇଭର ଆଖି ପଡି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।