Advertisment

ରାସ୍ତାରେ ଛିଡ଼ା ହୋଇଥିବା ଡମ୍ଫରକୁ ପିଟିଲା ବସ୍‌, ୯ ମୃତ

ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Bus Accident

Bus Accident

Advertisment

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଡମ୍ପରକୁ ପିଟିଲା ଯାତ୍ରୀବାହି ବସ୍‌। ଚାଲିଗଲା ୯ ଜଣଙ୍କ ଜୀବନ। ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶରେ ଘଟିଛି ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା।

Advertisment

ଉତ୍ତରପ୍ରଦେଶରୁ ନାଗପୁର ଅଭିମୁଖେ ଯାଉଥିବା ଏକ ଲଗ୍‌ଜୁରୀ ଯାତ୍ରୀବାହି ବସ୍ ଡମ୍ପର ସହ ଧକ୍କା ହୋଇଛି। ଆଜି ଭୋରୁ ମହିଆର ଜିଲ୍ଲାର ନାଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଆଭା ଟ୍ରାଭେଲ୍ସର ଏହି ଲଗ୍‌ଜୁରୀ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ରହିଥିବା ଏକ ପଥର ଲୋଡ୍ ଡମ୍ପରକୁ ପଛପଟୁ ଧକ୍କା ଦେଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ୨୦ ଜଣ ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ମହିଆର୍‌ ଏସପି ସୁଧୀର ଅଗ୍ରୱାଲ କହିଛନ୍ତି ଯେ, ଦୁର୍ଘଟଣାରେ ୧୯ରୁ ୨୦ ଲୋକ ଆହତ ହୋଇଛନ୍ତି। ସେହିପରି ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି। ବସ୍‌ଟି ପ୍ରୟାଗରାଜରୁ ନାଗପୁର ଯାଉଥିଲା। ତେବେ ଦ୍ରୁତ ଗତିରେ ଅସି ଡମ୍ପରକୁ ଧକ୍କା ଦେବାକୁ ଏହି ଦୁର୍ଘଟଣା ଘଟିଛି। ଧକ୍କା ହେତୁ ବସର ଆଗ ଭାଗ ନଷ୍ଟ ହୋଇଯାଇଛି। ବସ୍‌ ଡ୍ରାଇଭର ଆଖି ପଡି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପୂରା ଘଟଣାର ତଦନ୍ତ ଜାରି ରହିଛି। 

Madhya Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe