Advertisment

ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମହିଳାଙ୍କ ସମେତ ୬ ମୃତ

ଆଜି ସକାଳ ୧୦ଟାରେ ଲେପା ଗାଁରେ ପୂରା ଘଟଣା ଘଟିଛି। ଏହି ଗାଁର ଧୀର ସିଂହ ତୋମାର ଓ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକଙ୍କ ମଧ୍ୟରେ ରହିଥିବା ବିବାଦ ଆଜି ଭୟଙ୍କର ରୂପ ନେଇଥିଲା।

Shot Dead

Shot Dead

Advertisment

ଦୀର୍ଘ ବର୍ଷ ଧରି ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଭୟଙ୍କର ରୂପ ନେଇଛି। ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ଘଟଣା ବେଳର ଭିଡିଓ ମଧ୍ୟ ବିଚଳିତ କରିବା ଭଳି। କିଛି ବ୍ୟକ୍ତି ରାଇଫଲ ଧରି କେମିତି ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ମାଡ଼ କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଆଜି ସକାଳ ୧୦ଟାରେ ଲେପା ଗାଁରେ ପୂରା ଘଟଣା ଘଟିଛି। ଏହି ଗାଁର ଧୀର ସିଂହ ତୋମାର ଓ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକଙ୍କ ମଧ୍ୟରେ ରହିଥିବା ବିବାଦ ଆଜି ଭୟଙ୍କର ରୂପ ନେଇଥିଲା। ୨୦୧୩ରେ ଦୁଇ ପରିବାର ମଧ୍ୟରେ ଅଳିଆ ପକାଇବାକୁ ନେଇ ମାରପିଟ ହୋଇଥିଲା। ଏହି ସମୟରେ ଧୀର ସିଂହ ପରିବାରର ୨ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା।

Advertisment

ଘଟଣା ପରେ ଗଜେନ୍ଦ୍ର ସିଂହ ତୋମାର ଓ ତାଙ୍କ ପରିବାର ସଦସ୍ୟ ଗାଁ ଛାଡ଼ି ଚାଲି ଯାଇଥିଲେ। ଦୁଇ ପରିବାର ଶେଷରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ବୁଝାମଣା ପରେ ସବୁ କିଛି ଠିକ ହୋଇଥିଲା। ଆଜି ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକ ଗାଁକୁ ଫେରିଥିଲେ।

ତେବେ ସେମାନେ ଗାଁରେ ପହଞ୍ଚିବା କ୍ଷଣି ଧୀର ସିଂହ ତୋମାରଙ୍କ ପରିବାର ଲୋକ ଯୋଜନାବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିବା ସହ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ଗଜେନ୍ଦ୍ର ସିଂହ ତୋମାର, ତାଙ୍କର ଦୁଇ ପୁଅ ଓ ପରିବାରର ୩ ଜଣ ମହିଳା ଆଖି ବୁଜିଛନ୍ତି।

ଦୁଇ ପରିବାର ମଧ୍ୟରେ ଦୀର୍ଘ ବର୍ଷ ରହିଥିବା ବିବାଦ କାରଣରୁ ଏପରି ଘଟଣା ଘଟିଛି। ଆଜି ପ୍ରାଣ ହରାଇଥିବା ପରିବାରର ଲୋକମାନେ ଆକ୍ରମଣ କରିଥିବା ପରିବାରର ୨ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଆଜି ଗୁଳିମାଡ଼ କରାଯାଇଥିବା ପୁଲିସ୍‌ କହିଛି। ଗୁଳି କରିଥିବା ୮ ଜଣଙ୍କୁ ପୁଲିସ୍‌ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Madhya Pradesh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe