Advertisment

ହୋଲି ପାର୍ଟିରେ ଧୁମ୍‌ ନାଚୁଥିଲେ ନାବାଳକ; ଉପରେ ପଡ଼ିଗଲା ଡିଜେ ବକ୍ସ

ନାଚଗୀତରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍‌ ବୁକୁଫଟା କାନ୍ଦ ବୋବାଳି ଶୁଣିବାକୁ ମିଳିଲା। ପାର୍ଟିରେ ବାଜୁଥିବା ଡିଜେ ବକ୍ସ ପଡ଼ିଯିବାରୁ ତାହା ତଳେ ଚାପି ହୋଇ ଆଖି ବୁଜିଲେ ଜଣେ ୬ ବର୍ଷୀୟ ନାବାଳକ ।

ଅଦ୍ୟତନ ହୋଇଛି
Holy Party

Holy Party

Advertisment

ଚାଲିଥିଲା ହୋଲି ସେଲିବ୍ରେଶନ । ପରସ୍ପରକୁ ରଙ୍ଗ ବୋଳି ଡିଜେର ତାଳେ ତାଳେ ନାଚଗୀତରେ ମସଗୁଲ ଥିଲେ ଛୋଟରୁ ବଡ଼ ସମସ୍ତେ । ଏହି ସମୟରେ ଘଟିଲା ଅଘଟଣ। ସ୍ତବ୍ଧ ହୋଇଗଲେ ସମସ୍ତେ । ନାଚଗୀତରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍‌ ବୁକୁଫଟା କାନ୍ଦ ବୋବାଳି ଶୁଣିବାକୁ ମିଳିଲା। ପାର୍ଟିରେ ବାଜୁଥିବା ଡିଜେ ବକ୍ସ ପଡ଼ିଯିବାରୁ ତାହା ତଳେ ଚାପି ହୋଇ ଆଖି ବୁଜିଲେ ଜଣେ ୬ ବର୍ଷୀୟ ନାବାଳକ ।

Advertisment

ଏପରି ଏକ ଘଟଣା ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ଅଞ୍ଚଳର ମୁରଙ୍ଗଟାଣ୍ଡ ଗାଁରେ ଘଟିଛି। ମୃତକ ହେଲେ ଉକ୍ତ ଗାଁର ସୁରେଶ ଲୋହାରଙ୍କ ପୁଅ ବିଷ୍ଣୁ ଲୋହାର ।

ଗତକାଲି ଗାଁରେ ହୋଲି ନିମନ୍ତେ ପାର୍ଟି ଆୟୋଜିତ ହୋଇଥିଲା। ଉକ୍ତ ସମୟରେ ଡିଜେର ତାଳେ ତାଳେ ସମସ୍ତେ ନାଚଗୀତରେ ମସଗୁଲ ଥିଲେ। ବିଷ୍ଣୁ ଲୋହାର ବି ଉକ୍ତ ପାର୍ଟିରେ ସାମିଲ ହୋଇଥିବା ବେଳେ ମନଖୁସିରେ ନାଚୁଥିଲେ। ମାତ୍ର ହଠାତ୍‌ ଡିଜେଟି ପଡ଼ି ଯାଇଥିବା ବେଳେ ତା’ ତଳେ ଚାପି ହୋଇ ଯାଇଥିଲେ ବିଷ୍ଣୁ । ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପୁଅର ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe