Advertisment

ସାଙ୍ଗଙ୍କ ସହ ଖେଳୁ ଖେଳୁ ୪୦ ଫୁଟ ତଳକୁ ଖସି ପଡ଼ିଲା ନାବାଳକ

ହଠାତ୍‌ କେହି କିଛି ବୁଝିବା ପୂର୍ବରୁ ନାବାଳକଜଣକ ୪୦ ଫୁଟ ତଳ ବୋରୱେଲକୁ ଖସି ପଡ଼ିଥିଲା। ଫଳରେ ହସଖୁସିର ମାହୋଲକୁ ଲାଗିଲା ଝଟକା।

author-image
Niharika Rout
Rescue Operation

Rescue Operation

ଗହମ ଅମଳ ପରେ ସେହି ବିଲରେ ହସଖୁସିରେ ସାଙ୍ଗଙ୍କ ସହ ଖେଳୁଥିଲା ୬ ବର୍ଷର ନାବାଳକ । ମାତ୍ର ହଠାତ୍‌ କେହି କିଛି ବୁଝିବା ପୂର୍ବରୁ ନାବାଳକଜଣକ ୪୦ ଫୁଟ ତଳ ବୋରୱେଲକୁ ଖସି ପଡ଼ିଥିଲା। ଫଳରେ ହସଖୁସିର ମାହୋଲକୁ ଲାଗିଲା ଝଟକା। ପିଲାଟିକୁ ବଞ୍ଚାଇବାକୁ ଆଖପାଖ ଲୋକେ ଆପ୍ରାଣ ଉଦ୍ୟମ କରି ଅସଫଳ ହେବା ପରେ ପୁଲିସ୍ ଓ ପ୍ରଶାସନକୁ ସୂଚନା ଦେଇଥିଲେ।

Advertisment

ଗତ ଶୁକ୍ରବାର ମଧ୍ୟପ୍ରଦେଶର ରିବା ଜିଲ୍ଲାର ମନିକା ଗାଁରେ ଏପରି ଏକ ଘଟଣା ଘଟିଥିବା ବେଳେ ପିଲାଟିକୁ ବଞ୍ଚାଇବା ନିମନ୍ତେ ପ୍ରଶାସନ ତରଫରୁ ଆପ୍ରାଣ ଉଦ୍ୟମ କରାଯାଉଛି।

ବୋରୱେଲଟି ୭୦ ଫୁଟ ଗଭୀର ଥିବା ବେଳେ ପିଲାଟି ୪୦ ଫୁଟ ତଳେ ଫସିଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ ୨ଟି ଜେସିବି, କ୍ୟାମେରାମ୍ୟାନ୍‌ଙ୍କ ଟିମ୍‌, SDRF ଟିମ୍‌ ନିୟୋଜିତ ଅଛନ୍ତି।

Advertisment

ଅତିରିକ୍ତ ପୁଲିସ୍‌ ଅଧିକ୍ଷମ ଅନିଲ ସୋନକରଙ୍କ ସୂଚନା ଅନୁଯାୟୀ, ଏକ ପାଇପ୍‌ ଜରିଆରେ ବୋରୱେଲ ଭିତରକୁ ଅକ୍ସିଜେନ ଛଡ଼ା ଯାଉଛି। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ବୋରୱେଲ ଭିତରକୁ ସିସିଟିଭି ପକା ଯାଇଛି। କିନ୍ତୁ ବାଟରେ ପ୍ରତିବନ୍ଧକ ହେତୁ ପିଲାଟି ନିକଟରେ କ୍ୟାମେରା ପହଞ୍ଚି ପାରିନି। ଜିଲ୍ଲାପାଳ ପ୍ରତିଭା ପାଲ୍‌ ଓ ପୁଲିସ୍‌ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଯେକୌଣସି ପ୍ରକାରେ ପିଲାଟିର ଜୀବନ ରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Madhya Pradesh Boy Fall Into Borewell