Advertisment

Naxal: ୬୩ ନକ୍ସଲଙ୍କ ଆତ୍ମସମର୍ପଣ

ଦୁଇ ଦିନ ତଳେ ଛତିଶଗଡ଼ର ସୁକମାରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ୨୦୨୫ରେ ଛତିଶଗଡ଼ରେ ୧୫୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

CPolice
Advertisment

ଛତିଶଗଡ଼ର ଦନ୍ତେୱାଡାରେ ଶୁକ୍ରବାର ୬୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଅଛନ୍ତି। ଦନ୍ତେୱାଡା ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

Advertisment

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଦରଭା ଡିଭିଜନ, ଦକ୍ଷିଣ ବସ୍ତର, ମାଡ଼ ଓ ଓଡ଼ିଶାରେ ସକ୍ରିୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କ ଉପରେ ମୋଟ ୧ କୋଟି ୧୯ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରହିଥିଲା। ୭ ଜଣଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିବା ବେଳେ ୭ ଜଣଙ୍କ ଉପରେ ୫ ଲକ୍ଷ ଲେଖାଏ, ୮ ଜଣଙ୍କ ଉପରେ ୨ ଲକ୍ଷ ଲେଖାଏ, ୧୧ ଜଣଙ୍କ ଉପରେ ୧ ଲକ୍ଷ ଲେଖାଏ ଓ ୩ ଜଣଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିଲା। 

ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ତତ୍‌କାଳ ୫୦ ହଜାର ଟଙ୍କାର ସହାୟତ ପ୍ରଦାନ କରାଯିବ। ତା’ପରେ ଛତିଶଗଡ଼ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସେମାନଙ୍କୁ ଅନ୍ୟ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। 

Advertisment

ଦୁଇ ଦିନ ତଳେ ଛତିଶଗଡ଼ର ସୁକମାରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ୨୦୨୫ରେ ଛତିଶଗଡ଼ରେ ୧୫୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରେ ନକ୍ସଲଙ୍କ ମୂଳୋତ୍ପାଟନ କରାଯିବ ବୋଲି କେନ୍ଦ୍ର ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe