Advertisment

ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ସ୍ମୃତି ଇରାନୀ

ଉତ୍ତର ପ୍ରଦେଶରେ ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ନ୍ୟାୟ ଯୋଡ଼ ଯାତ୍ରା।

smriti-irani-

Smriti Irani

Advertisment

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜି ଉତ୍ତର ପ୍ରଦେଶରେ ପହଞ୍ଚିଥିବା ବେଳେ ଏଥର କେବଳ ଅମେଠିରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ।

Advertisment

ସ୍ମୃତି କହିଛନ୍ତି, 2019ରେ ସେ (ରାହୁଲ) ଅମେଠି ଛାଡ଼ିଥିଲେ। ଆଜି ଅମେଠି ତାଙ୍କୁ ଛାଡ଼ି ଦେଇଛି। ଯଦି ତାଙ୍କର ଆତ୍ମବିଶ୍ବାସ ଦୃଢ଼ ଅଛି, ତା'ହେଲେ ଓ୍ବାଇନାଡ ନ ଯାଇ ଅମେଠିରୁ ଲଢ଼ନ୍ତୁ। ରାହୁଲଙ୍କୁ ନେଇ ଅମେଠିବାସୀ କ'ଣ ଭାବୁଛନ୍ତି, ତାହା ଜଣାପଡ଼ିଯାଉଛି।

ଅମେଠି କଂଗ୍ରେସର ଗଡ଼ ଥିଲା। 2019 ଲୋକସଭା ନିର୍ବାଚନରେ ଏହି ଆସନରେ ସ୍ମୃତି ଇରାନୀଙ୍କଠାରୁ ରାହୁଲ ଗାନ୍ଧି ପ୍ରାୟ 55 ହଜାର ଭୋଟରେ ହାରିଥିଲେ। ତେବେ କେରଳର ଓ୍ବାଇନାଡରୁ ରାହୁଲ ଜିତିଥିଲେ।

Advertisment

ସେହିଭଳି 2019 ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର 80ଟି ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନ ପାଇଥିଲା। ସୋନିଆ ଗାନ୍ଧି ରାଏବରେଲୀ ଆସନରୁ ବିଜୟୀ ହୋଇଥିଲେ। 2024 ଲୋକସଭା ନିର୍ବାଚନରେ ସୋନିଆ ଆଉ ଏହି ଆସନରୁ ପ୍ରାର୍ଥୀ ହେବେ ନାହିଁ। କାରଣ ସେ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି।

ରାଏବରେଲୀରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ସେହିପରି ଅମେଠିରୁ ରାହୁଲ ପୁଣି ପ୍ରାର୍ଥୀ ହେବେ କି ନାହିଁ, ସେ ନେଇ ମଧ୍ୟ କଂଗ୍ରେସ କିଛି ପ୍ରତିକ୍ରିୟା ଦେଇ ନାହିଁ। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏନେଇ ନିଷ୍ପତ୍ତି ନେବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

Rahul Gandhi Congress Smriti Irani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe