Advertisment

୫୦୦ ବର୍ଷର ପ୍ୟାଲେସ୍‌ରେ ବାହା ହେବେ ସ୍ମୃତି ଇରାନୀଙ୍କ ଝିଅ

୫୦୦ ବର୍ଷର ପ୍ୟାଲେସ୍‌ରେ ବାହା ହେବେ ସ୍ମୃତି ଇରାନୀଙ୍କ ଝିଅ smriti-irani-daughter-shanelle-irani-getting-married-in-khimsar-fort-jodhpur

Smriti Irani with his daughter

Smriti Irani with his daughter

Advertisment

ବାହା ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ହାତକୁ ଦି ହାତ ହେବେ ଶଲେନ ଇରାନୀ। ଝିଅକୁ ରାଜକୁମାରୀ ଭଳି ବିଦା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମା' ସ୍ମୃତି। ଏଥିପାଇଁ ସଜେଇ ହୋଇଛି ୫୦୦ ବର୍ଷର ପୁରୁଣା ପ୍ୟାଲେସ। ସିଦ୍ଧାର୍ଥ ଓ କିଆରାଙ୍କ ପରେ ରାଜସ୍ଥାନରେ ରାଜକୀୟ ବିବାହ କରିବାକୁ ଯାଉଛନ୍ତି ସ୍ମୃତିଙ୍କ ବଡ଼ ଝିଅ।

Advertisment
Smriti Iraniସ୍ମୃତି ଇରାନୀ, ଖିମସର ଦୁର୍ଗ ଓ ଝିଅ ଶଲେନ୍‌।

ଆସନ୍ତାକାଲି ଶଲେନ ଇରାନୀ ଓ ଅର୍ଜୁନ ଭଲ୍ଲାଙ୍କ ପଡିବ ହାତଗଣ୍ଠି। ରାଜକୀୟ ଢ଼ଙ୍ଗରେ ନେବେ ସାତଫେରା। ଏଥିପାଇଁ ସେଜଇ ହୋଇଛି ଜୋଧପୁରର ୫୦୦ ପୁରୁଣା ପ୍ୟାଲେସ। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଖିମସର ଦୁର୍ଗ। ୭ ତାରିଖରୁ ଆରମ୍ଭ ହୋଇଥିବା ବିବାହ ଉତ୍ସବ ଫେବ୍ରୁଆରୀ ୯ ଯାଏଁ ଚାଲିବ।

ସ୍ମୃତି ଇରାନୀଙ୍କ ଝିଅର ସମସ୍ତ ବିବାହ କାର୍ଯ୍ୟକ୍ରମଗୁଡିକ ଅତ୍ୟନ୍ତ ବ୍ୟକ୍ତିଗତ ରଖାଯାଇଛି। ଏହି ବିବାହରେ କେବଳ ଉଭୟ ପରିବାରର ସଦସ୍ୟମାନେ ସାମିଲ ହେବେ। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁର୍ଗ ପରିଚାଳନାଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

Advertisment

୨୦୨୧ରେ ଶଲେନ ଓ ଅର୍ଜୁନଙ୍କ ନିର୍ବନ୍ଧ ହୋଇଥିଲା। ସେତେବେଳେ ଅର୍ଜୁନ ନାଗୌରରେ ସ୍ଥିତ ଖିମସର ଦୁର୍ଗରେ ଶଲେନଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ତେଣୁ ଉଭୟ ଏହି ଦୁର୍ଗରେ ହିଁ ଏବେ ବିବାହ କରିବାକୁ ଯାଉଛନ୍ତି। ଶଲେନ୍‌ ହେଉଛନ୍ତି ଜୁବିନ ଇରାନୀଙ୍କ ପ୍ରଥମ ପତ୍ନୀଙ୍କ ଝିଅ।

Khimsar Fortଖିମସର ଦୁର୍ଗ

କ'ଣ ରହିଛି ଏହି ପ୍ୟାଲେସର ବିଶେଷତ୍ୱ?

ରାଜସ୍ଥାନୀ ନାଗୌର ଜିଲ୍ଲାରେ ଖିମସର ଦୁର୍ଗ ବା ପ୍ୟାଲେସ ଅବସ୍ଥିତି। ଏହା ୫୦୦ ବର୍ଷ ପୁରୁଣା। ଏହା ଥାର ମରୁଭୂମିର ପୂର୍ବାଞ୍ଚଳରେ ଅବସ୍ଥିତ। ଏହି ପ୍ୟାଲେସକୁ ୧୫୨୩ରେ ରାଓ କରମସଜୀ ତିଆରି କରିଥିଲେ। ସେ ଜୋଧପୁରର ରାଓ ଜୋଧାଙ୍କ ଅଷ୍ଟମ ସନ୍ତାନ ଥିଲେ। ୧୫ତମ ଶତାବ୍ଦୀରେ ତିଆରି ଏହି ପ୍ୟାଲେସର ଗୋଟିଏ ପଟେ ମରୁଭୂମି ଓ ଅନ୍ୟପଟେ ହ୍ରଦ ରହିଛି। ଦୁର୍ଗ ଭିତରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ଏହା କୋଠରିଗୁଡିକୁ ଷ୍ଟାଣ୍ଡାର୍ଡ, ନୋବେଲ ଓ ରୟାଲ ଚାମ୍ବର ତିନି ଭାଗରେ ବିଭକ୍ତ କରାଯାଇଛି। ବିଶେଷ କରି ଏହି ପ୍ୟାଲେସରେ ୭୧ଟି ରୁମ୍‌ ୪ଟି ରେଷ୍ଟୁରାଣ୍ଡ ଓ କାଫେ ଆଦି ରହିଛି। ସେହିପରି ୨ଟି ବ୍ୟାଙ୍କ୍ୟୁଟ୍‌ ଓ ସଭାସ୍ଥଳ ରହିଛି। ଫିଟନେସ୍‌ ସେଣ୍ଟର, ଜିମ୍‌, ସ୍ପା ସମେତ ସୁଇମ ପୁଲର ମଧ୍ୟ ବ୍ୟବସ୍ଥା ରହିଛି।

Smriti Irani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe