Advertisment

ବଦଳିଲା ସ୍ମୃତିଙ୍କ ସ୍ୱର, ଖୋଲାଖୋଲି ରାହୁଲଙ୍କୁ କଲେ ପ୍ରଶଂସା

ଅମେଠିରୁ ଲୋକସଭା ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧିଙ୍କ ପ୍ରଶଂସା କରିଛନ୍ତି ସ୍ମୃତି।

Smriti Irani And Rahul Gandhi

Smriti Irani And Rahul Gandhi

Advertisment

ବଦଳିଲା ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ସ୍ମୃତି ଇରାନିଙ୍କ ସ୍ୱର। ଖୋଲାଖୋଲି ଭାବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ କଲେ ପ୍ରଶଂସା। ଅମେଠିରୁ ଲୋକସଭା ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧିଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ସ୍ମୃତି।

Advertisment

ନିକଟରେ ଏକ ସାକ୍ଷାତକାରରେ ନିଜର କଡ଼ା ପ୍ରତିଦ୍ୱନ୍ଦୀ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ। ଇରାନୀ କହିଛନ୍ତି, 'ରାହୁଲ ଗାନ୍ଧିଙ୍କ ସ୍ୱଭାବ ଓ ରାଜନୀତି କରିବା ଢ଼ଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ସେ ଭାବୁଛନ୍ତି ସେ ସଫଳତାର ସ୍ୱାଦ ଚାଖିଛନ୍ତି। ଆଉ ଏବେ ସେ ରାଜନୈତିକ ଗୋଟିଚାଳନାକୁ କିଛି ଭିନ୍ନ ଢଙ୍ଗରେ ଚଳାଇଛନ୍ତି।'

ସ୍ମୃତି ଆହୁରି କହିଛନ୍ତି, 'ରାହୁଲ ଗାନ୍ଧି ସଂସଦକୁ ଟି-ସାର୍ଟ ପିନ୍ଧି ଆସନ୍ତି। ଏହାଦ୍ୱାରା ଯୁବପିଢ଼ିଙ୍କୁ ଏହାର କିଭଳି ବାର୍ତ୍ତା ଯିବ ସେ ଜାଣିଛନ୍ତି। ସେ ଜାତିଗତ ରାଜନୀତିକୁ ମଧ୍ୟ ଅତି ସତର୍କତାର ସହ କହୁଛନ୍ତି।' ଏହାସହ ସ୍ମୃତି ଇରାନୀ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ରାହୁଲଙ୍କ ଦ୍ୱାରା ନିଆଯାଇଥିବା କୌଣସି ପଦକ୍ଷେପ ଭଲ, ଖରାପ କିମ୍ବା ପିଲାଳିଆମି ବୋଲି ଭାବନ୍ତୁ ନାହିଁ। ବର୍ତ୍ତମାନ ସେ ଭିନ୍ନ ରାଜନୀତି କରୁଛନ୍ତି। ଆପଣ ଏହି ପରିବର୍ତ୍ତନକୁ ପସନ୍ଦ କରନ୍ତୁ ଅବା ନକରନ୍ତୁ, କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

Advertisment

ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ରାହୁଲ ଗାନ୍ଧିଙ୍କୁ ଏଭଳି ପ୍ରଶଂସା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଏହାକୁ ନେଇ ରାହୁଲ ଗାନ୍ଧିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ପୂର୍ବତନ ସାଂସଦ ସ୍ମୃତି ଇରାନୀ ୨୦୧୯ରେ ଅମେଠି ଆସନରୁ ରାହୁଲ ଗାନ୍ଧିଙ୍କୁ ହରାଇଥିଲେ। ଏହାର ପରଠାରୁ ସେ ଅନେକ ସମୟରେ ରାହୁଲ ଗାନ୍ଧି ଏବଂ ଗାନ୍ଦି ପରିବାର ଉପରେ ତୀବ୍ର ଆକ୍ରମଣ କରିଆସୁଛନ୍ତି। କିନ୍ତୁ ୨୦୨୪ ନିର୍ବାଚନରେ ​​କଂଗ୍ରେସ ଏହି ପରାଜୟର ପ୍ରତିଶୋଧ ନେଇଥିଲା। ସ୍ମୃତି ଇରାନୀ ଆମେଠିରୁ ହାରିଥିଲେ। ଏହାପରେ ସେ ସୋସିଆଲ ମିଡିଆରେ ଟାର୍ଗେଟର ଶିକାର ହୋଇଥିଲେ।

Rahul Gandhi Bjp Congress Smriti Irani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe