Advertisment

କେଜ୍ରିୱାଲ ହାରିବା ପରେ ଚର୍ଚ୍ଚାରେ ସ୍ମୃତି ଇରାନୀଙ୍କ ମନ୍ତବ୍ୟ

ମଦ ଦୁର୍ନୀତି ମାମଲାରେ ଫସି ଜେଲ୍ ଯାଇଥିବା ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ଯେ ଲୋକଙ୍କ ରାୟ ତାଙ୍କ ସପକ୍ଷରେ ଆସିବା ପରେ ସେ ଏହି ପଦକୁ ଫେରିବେ। କିନ୍ତୁ ଲୋକଙ୍କ ରାୟ ତାଙ୍କ ବିପକ୍ଷରେ ଯାଇଛି।

Smriti Irani and Aravinda Kejriwal

Smriti Irani and Aravinda Kejriwal

Advertisment

ଆସି ଯାଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ବାଜି ମାରିଛି ବିଜେପି। ମାଟି କାମୁଡ଼ିଛି ଆପ୍‌। ବିଜେପି ୪୮ଟି ଆସନ ଜିତିଥିବା ବେଳେ ଆପ୍ ୨୨ଟି ଆସନ ପାଇଛି। ଆପ୍‌ ପାଇଁ ଆଉ ଏକ ବଡ଼ ଝଟକା ହେଉଛି ଏହାର ଦୁଇ ପ୍ରମୁଖ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ହାରିଯାଇଛନ୍ତି। କେଜ୍ରିୱାଲ ହାରିବା ଖବର ଆସିବା ପରେ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି।

Advertisment

ସ୍ମୃତି କହିଛନ୍ତି ଯେ ନିଜକୁ ସମାଜ ସଂସ୍କାରର ଅଗ୍ରଦୂତ କହୁଥିବା ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଭାରତର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମଧ୍ୟରୁ ଜଣେ। ସେମାନେ (ସାଧାରଣ ଜନତା) ତାଙ୍କୁ ଏତେ ମୁକ୍ତ କରି ଦେଇଛନ୍ତି ଯେ ସେ ଏବେ ଜେଲ୍‌ ଯିବେ ଓ ତାଙ୍କ ଅପରାଧର ସଜା ଭୋଗିବେ।

ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ସେ ୨୫,୯୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜୟ ପ୍ରାର୍ଥୀ ବିଜେପିର ପ୍ରଭେଶ ସାହିବ ସିଂହ ବର୍ମା ୩୦,୦୮୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ କେଜ୍ରିୱାଲ ୪୦୮୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷୀତ (ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦିକ୍ଷୀତଙ୍କ ପୁଅ) ୪୫୬୮ ଖଣ୍ଡ ଭୋଟ୍ ପାଇଛନ୍ତି।

Advertisment

ମଦ ଦୁର୍ନୀତି ମାମଲାରେ ଫସି ଜେଲ୍ ଯାଇଥିବା ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ଯେ ଲୋକଙ୍କ ରାୟ ତାଙ୍କ ସପକ୍ଷରେ ଆସିବା ପରେ ସେ ଏହି ପଦକୁ ଫେରିବେ। କିନ୍ତୁ ଲୋକଙ୍କ ରାୟ ତାଙ୍କ ବିପକ୍ଷରେ ଯାଇଛି। କେବଳ କେଜ୍ରିୱାଲ ଓ ମନୀଷ ସିସୋଦିଆ ନୁହନ୍ତି, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ଅବଧ ଓଝା ଓ ସୋମନାଥ ଭାରତୀ ପ୍ରମୁଖ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ୪୮ଟି ଆସନ ଜିତିଥିବା ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି।

Delhi Assembly Election Smriti Irani Aravind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe