Advertisment

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ହାତରେ ପଡ଼ିଲା ହାତ ଗଣ୍ଠି

ବିବାହ ପରେ ଏହାର ପ୍ରଥମ ଫଟୋ ସାମ୍ନାକୁ ଆସିଛି।

marrige

marrige

Advertisment

ପଡ଼ିଲା ହାତଗଣ୍ଠି। ବାହା ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ। ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଶନେଲ। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା ଖୀବସର ପ୍ୟାଲେସରେ ସେ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହାର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫେବୃୟାରୀ ୭ରୁ ୯ ଯାଏ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରେ ପୂରା ଖୀବସର ପ୍ୟାଲେସକୁ ସୁନ୍ଦର ଭାବେ ସଜାଯାଇଥିଲା। ହଲଦୀ, ମେହନ୍ଦୀ ଓ ସଙ୍ଗୀତ ପରେ ଆଜି ପଡ଼ିଛି ବରଣମାଳା। କୁହାଯାଉଛି ଯେ, ଇରାନୀ ଓ ଭଲ୍ଲା ପରିବାରର ପ୍ରାୟ ୨୪୭ଜଣ ଲୋକ ବିବାହରେ ଯୋଗ ଦେଇଛନ୍ତି ।

Advertisment

ଶନେଲେ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଅର୍ଜୁନ ଲଣ୍ଡନରୁ ଏମବିଏ କରିଛନ୍ତି। ଡିସେମ୍ବର, ୨୦୨୧ରେ ଦୁହିଁଙ୍କର ସୁନ୍ଦର ଫଟୋ ଇନଷ୍ଟାରେ ସେୟାର କରି ଝିଅ ନିର୍ବନ୍ଧ କରିଥିବା ଜଣାଇଥିଲେ ସ୍ମୃତି। ଫଟୋରେ ଅର୍ଜୁନ ଶନେଲେଙ୍କୁ ‘ପ୍ରପୋଜ୍‌’ କରୁଥିବା ଦେଖିବାକୁ ମିଳିଥିଲା।

ଶନେଲେଙ୍କ ବ୍ୟତୀତ ସ୍ମୃତିଙ୍କର ଜୋହର୍‌ ଏବଂ ଜୌଶ୍‌ ନାମରେ ଆଉ ଦୁଇଟି ସନ୍ତାନ ଅଛନ୍ତି। ଜୋହର୍‌ ଏବଂ ଜୌଶ୍‌ ସ୍ମୃତି ଇରାନୀଙ୍କର ସନ୍ତାନ ହୋଇଥିବା ବେଳେ ଶନେଲେ ହେଉଛନ୍ତି ସ୍ମୃତିଙ୍କ ସ୍ୱାମୀ ଜୁବିନଙ୍କ ପ୍ରଥମ ପତ୍ନୀ ମୋନା ଇରାନୀଙ୍କ ଝିଅ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe